ଲଣ୍ଡନ: ଭାରତରେ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷି ଆନ୍ଦୋଳନ ପ୍ରସଙ୍ଗ ଗତକାଲି ବ୍ରିଟେନ୍ ସଂସଦରେ ଉଠିଥିଲା। ଲେବର ପାର୍ଟିର ବ୍ରିଟିଶ୍ ଶିଖ୍ ସାଂସଦ ତନମନଜିତ୍ ସିଂହ ଏହି ମାମଲା ଉତ୍ଥାପନ କରି ଏ ବାବଦରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କଠାରୁ ଉତ୍ତର ଦାବି କରିଥିଲେ। ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବୋରିସ୍ ଆଲୋଚନା କରନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ଜନ୍ସନ କହିଥିଲେ ଯେ ଏହା ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ମାମଲା ଏବଂ ଉଭୟ ଦେଶ ଏହାର ସମାଧାନ ଦିଗରେ ପଦକ୍ଷେପ ନେବେ। ବୋରିସ୍ ଭୁଲ୍ରେ ଏହି ପ୍ରସଙ୍ଗକୁ ଦ୍ବିପାକ୍ଷିକ ସମସ୍ୟା ଭାବେ ଧରିନେଇଥିଲେ। ଏହାକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ଆଜି ବ୍ରିଟେନ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ କୃଷକ ଆନ୍ଦୋଳନ ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ଏଥିରେ ବ୍ରିଟେନ୍ର କୌଣସି ହସ୍ତକ୍ଷେପ ରହିବ ନାହିଁ।
ଚାଷୀ ଆନ୍ଦୋଳନକୁ ଭାରତ-ପାକ୍ ଦ୍ବିପାକ୍ଷିକ ସମସ୍ୟା କହିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ
Advertisment
Follow Us