ଭାରତର କୋଭିଡ୍‌ ସଂକଟ ବେଳେ ସଂଯୁକ୍ତ ଆରବର ସହାନୁଭୂତି, ତ୍ରିରଙ୍ଗାରେ ଉଦ୍‌ଭାସିତ ହେଲା ବୁର୍ଜ ଖଲିଫା

Advertisment
ଭାରତର କୋଭିଡ୍‌ ସଂକଟ ବେଳେ ସଂଯୁକ୍ତ ଆରବର ସହାନୁଭୂତି, ତ୍ରିରଙ୍ଗାରେ ଉଦ୍‌ଭାସିତ ହେଲା ବୁର୍ଜ ଖଲିଫା

ଦୁବାଇ: ଦେଶରେ ସମ୍ପ୍ରତି ଦେଖାଦେଇଥିବା କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣର ଅଣାୟତ୍ତ ସ୍ଥିତି ବେଳେ ଭାରତ ସହ ହାତ ମିଳାଇବା ସହ ସହାନୁଭୂତି ଜଣାଇବା ଲାଗି ସଂଯୁକ୍ତ ଆରବ ରବିବାର ଏହାର ପ୍ରମୁଖ ଅଟ୍ଟାଳିକାଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ଉଦ୍‌ଭାସିତ କରିଥିବା ଦେଖାଯାଇଛି। ଏହି କ୍ରମରେ ଦୁବାଇ ସ୍ଥିତ ବୁର୍ଜ ଖଲିଫା ଓ ଆବୁ ଧାବି ସ୍ଥିତ ଆଦନକ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଭାରତୀୟ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଛି। ଏଥି ସହିତ ‘ଦୃଢ଼ ରୁହ ଭାରତ’ ବୋଲି ଏକ ବାର୍ତ୍ତା ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଥିବା ଦେଖାଯାଇଛି। ସେହିପରି ଟ୍ବିଟରରେ ମଧ୍ୟ ‘ସଂଯୁକ୍ତ ଆରବରେ ଭାରତ’ ପକ୍ଷରୁ ବିଭିନ୍ନ ଉତ୍ସାହପ୍ରଦ ବାର୍ତ୍ତା ସ୍ଥାନିତ ହୋଇଛି।

ମହାମାରୀ କୋଭିଡ୍‌ ବିରୋଧରେ ଭାରତ ଏକ ଭୟାନକ ଯୁଦ୍ଧ ଲଢୁଥିବା ବେଳେ ଏହାର ବନ୍ଧୁ ସଂଯୁକ୍ତ ଆରବ ନିଜର ଶୁଭେଚ୍ଛା ପଠାଉଛି ବୋଲି ଟ୍ବିଟ୍‌ କରାଯାଇଛି। ଏହି ସମର୍ଥନ ଜଣାଇବା ପାଇଁ ଦୁବାଇର ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ଆଲୋକାୟିତ କରାଯାଇଛି ବୋଲି ଟ୍ବିଟ୍‌ କରାଯିବା ସହ ସଂପୃକ୍ତ ଫଟୋ ଓ ଭିଡିଓ କ୍ଲିପିଂକୁ ମଧ୍ୟ ଛଡ଼ାଯାଇଛି। ନିମିଷକ ମଧ୍ୟରେ ୮୫,୦୦୦ ଅନୁଗାମୀ ଏହାକୁ ପସନ୍ଦ କରିବା ସହ ଅନେକ ଏହାକୁ ପୁଣିଥରେ ଛାଡ଼ିଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିପାଇଁ ସଯୁକ୍ତ ଆରବକୁ ସାଧୁବାଦ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe