ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ପ୍ରତିମୂର୍ତ୍ତି ଜାଳିଦେଲେ ଦୁର୍ବୃତ୍ତ

Advertisment
ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ପ୍ରତିମୂର୍ତ୍ତି ଜାଳିଦେଲେ ଦୁର୍ବୃତ୍ତ

CNN.com

ୱାସିଂଟନ: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ମେଲାନିଆଙ୍କ ନିଜ ସହର ‌ ସ୍ଲୋଭାନିଆଠାରେ ଦୁର୍ବୃତ୍ତମାନେ ତାଙ୍କର ଏକ କାଠ ନିର୍ମିତ ପ୍ରତିମୂର୍ତ୍ତିକୁ ଜାଳି ଦେଇଛନ୍ତି। ଏହାକୁ ନେଇ ଆମେରିକା ରାଜନୀତି ସରଗରମ ‌ହୋଇ ଉଠିଛି। ପ୍ରତିମୂର୍ତ୍ତିକୁ ଜାଳି ବିକୃତ କରାଯିବା ପରେ ତାହାକୁ ସେଠାରୁ ହଟାଇ ଦିଆଯାଇଛି ବୋଲି ମେଲାନିଆଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ ବ୍ରାଡ୍‌ ଡାଉନି ରଏଟର୍ସକୁ କହିଛନ୍ତି। କିଏ ଏବଂ କାହିଁକି ମେଲାନିଆଙ୍କ ପ୍ରତିମୂର୍ତ୍ତିକୁ ଜାଳି ବିକୃତ କରିଛନ୍ତି ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଆମେରିକାରେ କୌଣସି ସ୍ମାରକୀକୁ କେହି ଧ୍ବଂସ କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗତ ସପ୍ତାହରେ ଚେତାବନୀ ଦେଇଥିଲେ। ମାତ୍ର ରାଷ୍ଟ୍ରପତିଙ୍କ ଏଭଳି ଚରମବାଣୀ ସତ୍ତ୍ବେ ଦୁର୍ବୃତ୍ତମାନେ ମେଲାନିଆଙ୍କ କାଠ ନିର୍ମିତ ପ୍ରତିମୂର୍ତ୍ତିକୁ ଜାଳି ଦେଇଛନ୍ତି। ଏହି ଘଟଣା ନେଇ ପୁଲିସ ତଦନ୍ତ ଚାଲୁ ରହିଛି। ଗତ ଜାନୁଆରିରେ ରାଷ୍ଟ୍ରପତି ଡୋନାଲଲ୍‌ଡ ଟ୍ରମ୍ପ୍‌ଙ୍କ ଏକ କାଠ ମୂର୍ତ୍ତିକୁ ମଧ୍ୟ ଦୁର୍ବୃତ୍ତମାନେ ଜାଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe