କାର ଭିତରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ବ୍ୟବସାୟୀ, ଅଳ୍ପକେ ବର୍ତ୍ତିଲେ ପୁଅ ଓ ପତ୍ନୀ

Advertisment
କାର ଭିତରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ବ୍ୟବସାୟୀ, ଅଳ୍ପକେ ବର୍ତ୍ତିଲେ ପୁଅ ଓ ପତ୍ନୀ

ନାଗପୁର: ଆର୍ଥିକ ସମସ୍ୟା ଅସହ୍ୟ ହେଲେ ତାହାର ପରିଣତି କେତେ ଯେ ଭୟଙ୍କର ହୁଏ ତାହା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଗପୁରରେ। ସେଠାକାର ଜଣେ ୫୮ ବର୍ଷୀୟ ବ୍ୟବସାୟୀ ନିଜ କାରରେ ନିଆଁ ଲଗାଇ ନିଜକୁ ଜାଳିଦେବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତ ବ୍ୟବସାୟୀ ରାମରାଜ ଭଟ୍ଟ ବୋଲି ପୁଲିସ କହିଛି। କିନ୍ତୁ କାରରେ ବସିଥିବା ତାଙ୍କ ପତ୍ନୀ ସଂଗୀତା (୫୭) ଏବଂ ପୁଅ ନନ୍ଦନ (୨୫) ମୃତ୍ୟୁର ଆଁ ଭିତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ପୁଲିସ କାରରୁ ଏକ ଆତ୍ମହତ୍ୟା ନୋଟ ଜବତ କରିଛି | ଯେଉଁଥିରେ ରାମରାଜ ଆର୍ଥିକ ସମସ୍ୟା ପାଇଁ ମାନସିକ ଚାପରେ ଥିଲେ ବୋଲି ଲେଖାଯାଇଛି |

ରାମରାଜ ଭଟ ନାଗପୁରର ଜୟତାଲା ଅଞ୍ଚଳରେ ରହୁଥିଲେ ଏବଂ ୱେଲଡିଂ ବ୍ୟବସାୟ କରୁଥିଲେ । ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏ। ସେତେବେଳେ ରାମରାଜ ତାଙ୍କ ପରିବାର ସହ ମଧ୍ୟାହ୍ନ ଭୋଜନ ପାଇଁ କାରରେ ଯାଉଥିଲେ । ରାମରାଜ ହଠାତ୍ ରାସ୍ତାରେ ଗାଡିଟିକୁ ଅଟକାଇ ଲକ କରିଦେଇଥିଲେ। ପରେ ସେ ନିଜେ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ମା ଏବଂ ପୁଅ କୌଣସି ପ୍ରକାରେ କାରର କବାଟ ଖୋଲି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବାହାରକୁ ପଳାଇଆସିଥିବାବେଳେ ନିଜ ସ୍ବାମୀ ରାମରାଜଙ୍କୁ ବଞ୍ଚାଇ ପାରିନଥିଲେ। ଏହାପରେ ସ୍ଥାନୀୟ ଲୋକେସଂଗୀତା ଏବଂ ନନ୍ଦନଙ୍କୁ ଡାକ୍ତରଖାନା ନେଇଥିଲେ। ଘଟଣାସ୍ଥଳରେ ହିଁ ରାମରାଜଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାର ତଦନ୍ତ କରାଯାଉଛି ବୋଲି ଜନୈକ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe