ଏଫ୍‌ଏସ୍‌ଏସ୍‌ଏଆଇର ରିପୋର୍ଟ ପରେ ପଦକ୍ଷେପ ନେବ ଖାଉଟି ମନ୍ତ୍ରଣାଳୟ

ବିଶ୍ବପ୍ରସିଦ୍ଧ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ପଠାଯାଇଛି।

hfkhfkhkhkhk

ନୂଆଦିଲ୍ଲୀ: ବିଶ୍ବପ୍ରସିଦ୍ଧ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ସଚିବ ନିଧି ଖାରେ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ବିଭାଗୀୟ ପଦକ୍ଷେପ ନିମନ୍ତେ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବାକୁ କହିଛନ୍ତି।

ତିରୁମଲା ତିରୁପତି ଲଡ଼ୁ  ଏବଂ ସଂପ୍ରତି ଉତ୍ସବ ଓ ପୂଜା ସମୟରେ ଅପମିଶ୍ରିତ ସାମଗ୍ରୀ ସମ୍ପର୍କରେ ମନ୍ତ୍ରଣାଳୟର ପଦକ୍ଷେପ ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ନିଧି ଖାରେ କହିଛନ୍ତି, ଖାଦ୍ୟ ସମ୍ପର୍କିତ ଅଭିଯୋଗ ନ୍ୟାସନାଲ୍‌ କଞ୍ଜ୍ୟୁମର ହେଲ୍‌ପଲାଇନ୍‌ (ଏନ୍‌ସିଏଚ୍‌) ଜରିଆରେ ଦାଖଲ ହୋଇଥାଏ। ଯଦି ଅଭିଯୋଗ ହୁଏ ତେବେ ବିଭାଗ ନିଶ୍ଚିତ ପଦକ୍ଷେପ ନେବ। ସେହିଭଳି ତିରୁମଲା ତିରୁପତି ଲଡ଼ୁ ସମ୍ପର୍କରେ କହିଛନ୍ତି ବିଭାଗ ଏଫ୍‌ଏସ୍‌ଏସ୍‌ଏଆଇର ରିପୋର୍ଟକୁ ଅପେକ୍ଷା କରିଛି। ସୂଚନାଯୋଗ୍ୟ, ତିରୁମଲା ତିରୁପତି ଲଡ଼ୁ ଅପମିଶ୍ରଣ ଘଟଣା ପରେ କର୍ଣ୍ଣାଟକ ସରକାର ମନ୍ଦିରଗୁଡ଼ିକରେ କେବଳ ରାଜ୍ୟ ସରକାରଙ୍କ ନିଗମ ପକ୍ଷରୁ ପ୍ରସ୍ତୁତ ନନ୍ଦିନୀ ଘିଅ ଆଦି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉତ୍ତରପ୍ରଦେଶ ସରକାର, ମଥୁରା ଆଦି ୧୩ଟି ପ୍ରମୁଖ ହିନ୍ଦୁ ମନ୍ଦିରର ପ୍ରସାଦର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe