ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲା, କେସ୍ ବିବରଣୀ ମଗାଇଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମକୋର୍ଟରେ ପହଞ୍ଚିଲା ପୁଲିସ ଲାଠିମାଡ଼ରେ ବିହାର ବିଜେପି ନେତାଙ୍କ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପକ୍ଷଭୁକ୍ତ

Image Courtesy of India Today

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଲୋଚନାମୂଳକ ପୋଷ୍ଟର ଲଗାଇ ଗିରଫ ହେବା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଆବେଦନକାରୀଙ୍କୁ ଏ ସମ୍ପର୍କରେ ସବିଶେଷ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କେନ୍ଦ୍ରର ଟିକାକରଣ ନୀତିକୁ ସମାଲୋଚନା କରୁଥିବା ପୋଷ୍ଟର ଉପରେ ଏଫ୍‌ଆଇଆର୍‌ ରୁଜୁ ନ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ।

ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର. ଶାହଙ୍କ ଖଣ୍ଡପୀଠ ଆବେଦନକାରୀ ପ୍ରଦୀପ କୁମାର ଯାଦବଙ୍କୁ ଏକ ସପ୍ତାହ ସମୟ ଦେଇ ଉକ୍ତ ଘଟଣାରେ କେଉଁ କେଉଁ ଲୋକଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହୋଇଛି ତାହାର ସବିଶେଷ ବିବରଣୀ ଜଣାଇବା ପାଇଁ କହିଥିଲେ ଏବଂ ଖବରକାଗଜ ରିପୋର୍ଟ ଉପରେ ନିର୍ଭର କରିବା ପରିବର୍ତ୍ତେ ସେ ତାଙ୍କ ହୋମ୍‌ୱାର୍କ କରିବା ଉଚିତ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ, କୋଭିଡ୍‌ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସମାଲୋଚନାମୂଳକ ପୋଷ୍ଟର ଲଗାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ପ୍ରଦୀପ କୁମାର ଯାଦବ ଏକ ପିଟିସନ ଦାଏର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe