ଜୁଲାଇକୁ ଘୁଞ୍ଚିଲା ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା

Advertisment
ଜୁଲାଇକୁ ଘୁଞ୍ଚିଲା ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା

Update Odisha

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଶୁଣାଣି ଜୁଲାଇ ଦ୍ବିତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି।
ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗି ଏବଂ ବିଚାରପତି ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପ୍ରୋସିଡିଂ ଉପରେ ରୋକ୍‌ଲଗାଇବା ପାଇଁ ଶ୍ରୀ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଶୁଣାଣି ବେଳେ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟ ପକ୍ଷରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତର ଅଗ୍ରଗତି ସଂପର୍କରେ ଖଣ୍ଡପୀଠ ଓଡ଼ିଶା ଲୋକାୟୁକ୍ତଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ। ତଦନ୍ତ ‘ଆଡଭାନ୍‌ସ ଷ୍ଟେଜ୍‌’ରେ ରହିଥିବା ନେଇ ଲୋକାୟୁକ୍ତଙ୍କ ଓକିଲଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା।

ପ୍ରାଥମିକ ତଦନ୍ତ ଶେଷ ହୋଇସାରିଛି ଓ ଏହାର ରିପୋର୍ଟ ଦାଖଲ ହୋଇସାରିଛି। ଚୂଡ଼ାନ୍ତ ତଦନ୍ତ ମାସେ ଦୁଇମାସ ମଧ୍ୟରେ ଶେଷ ହେବ ବୋଲି ତଦନ୍ତକାରୀ ଟିମ୍‌ଙ୍କ ସୂଚନା ଅନୁସାରେ ଖଣ୍ଡପୀଠଙ୍କୁ ସୂଚନା ଦିଆଯାଇଥିଲା।
ଆଜିର ଶୁଣାଣିରେ ଲୋକାଯୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ଶ୍ରୀବାସ୍ତବ ଓ ଆଡଭୋକେଟ୍‌ ଅନ ରେକର୍ଡ ଅର୍ଜୁନ ଗର୍ଗ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଆଇନଜୀବୀ ସୁନୀଲ ଫର୍ଣ୍ଣାଡିଜ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe