ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଣ ମାମଲା: ହାଇକୋର୍ଟଙ୍କ ଅବମାନନା ନୋଟିସ୍‌କୁ ରୋକିଲେ ସୁପ୍ରିମ୍‌ କୋର୍ଟ

Advertisment

ଅଫିସର୍‌ଙ୍କୁ ଜେଲ୍‌ ପୂରାଇଲେ ଅକ୍ସିଜେନ୍‌ ମିଳିବ ନାହିଁ, ମୁମ୍ବାଇରୁ ଦିଲ୍ଲୀ ଶିକ୍ଷା ଲାଭ କରୁ ବୋଲି କହିଲେ

ଅଫିସର୍‌ଙ୍କୁ ଜେଲ୍‌ ପୂରାଇଲେ ଅକ୍ସିଜେନ୍‌ ମିଳିବ ନାହିଁ, ମୁମ୍ବାଇରୁ ଦିଲ୍ଲୀ ଶିକ୍ଷା ଲାଭ କରୁ ବୋଲି କହିଲେ

ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଣ ମାମଲା: ହାଇକୋର୍ଟଙ୍କ ଅବମାନନା ନୋଟିସ୍‌କୁ ରୋକିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଣ ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଜାରି କରିଥିବା ଅବମାନନା ନୋଟିସ୍‌ ଉପରେ ଆଜି ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌ କୋର୍ଟ। ଅଫିସର୍‌ମାନଙ୍କୁ ଜେଲ୍‌ ପଠାଇ ଦେଲେ ଅକ୍ସିଜେନ୍‌ ଦିଲ୍ଲୀକୁ ଆସିଯିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିବା ସହ ଏହି ପ୍ରସଙ୍ଗରେ ମୁମ୍ବାଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅକ୍ସିଜେନ୍‌ ପରିଚାଳନା ନୀତିରୁ ଦିଲ୍ଲୀ ଶିକ୍ଷା ଗ୍ରହଣ କରୁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍‌ ଯୋଗାଣ ମାମଲାରେ କେନ୍ଦ୍ର ସରକାରଙ୍କୁ ଗତକାଲି ଭର୍ତ୍ସନା କରିବା ସହ ଅବମାନନା ନୋଟିସ୍‌ ଜାରି କରିବା ପରେ ଏହାକୁ ଚ୍ୟାଲେଂଜ କରି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ହାଇକୋର୍ଟର ଅବମାନନା ନୋଟିସ୍‌ ଉପରେ ସୁପ୍ରିମ୍‌ କୋର୍ଟ ରୋକ ଲଗାଇବା ସହ ଅକ୍ସିଜେନ୍‌ ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି। ଦିଲ୍ଲୀକୁ ୩ ମାସ ଭିତରେ କେତେ ଅକ୍ସିଜେନ୍‌ ଆସିଛି ଏବଂ ତୁରନ୍ତ ଅକ୍ସିଜେନ୍‌ ଯୋଗାଣ ପାଇଁ କିଭଳି ପଦକ୍ଷେପ ନିଆଯାଉଛି ସେ ବାବଦରେ ତଥ୍ୟ ରଖିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଦିଲ୍ଲୀକୁ ଯେ କୌଣସି ପରିସ୍ଥିତିରେ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଉପଲବ୍ଧ କରାଯିବା ଉଚିତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏ ବାବଦରେ ଆସନ୍ତାକାଲି ମଧ୍ୟ ସୁପ୍ରିମ୍‌ କୋର୍ଟରେ ଶୁଣାଣି ହେବ। ଗତ ୩ ଦିନ ମଧ୍ୟରେ ଦିଲ୍ଲୀକୁ କେତେ ଅକ୍ସିଜେନ୍‌ ମିଳିଛି ସେ ବାବଦ ସମସ୍ତ ତଥ୍ୟ ଉପସ୍ଥାପନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe