ଜ୍ଞା‌ନବାପି ମସଜିଦ ମାମଲା: ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ

ଆଜି ଘୋଷଣା ହେବ ପରବର୍ତ୍ତୀ ଶୁଣାଣି ତାରିଖ

ଜ୍ଞା‌ନବାପି ମସଜିଦ ମାମଲା: ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ

ନୂଆଦିଲ୍ଲୀ: ବାରଣାସୀ କୋର୍ଟ ଆଜି ଜ୍ଞାନବାପି ମସଜିଦ ମାମଲାରେ ପ୍ରଥମ ପର୍ଯ୍ୟାୟ ଶୁଣାଣି ଶେଷ କରିଛନ୍ତି ଏବଂ ରାୟ ଆସନ୍ତାକାଲିକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ପରବର୍ତ୍ତୀ ପର୍ଯ୍ୟାୟ ଶୁଣାଣି ପାଇଁ ତାରିଖ ଘୋଷଣା ହେବ। ଜ୍ଞାନବାପି ପରିସରରେ ହିନ୍ଦୁ ଦେବଦେବୀଙ୍କ ପ୍ରତିମାକୁ ସୁରକ୍ଷିତ ରଖାଯିବା ଏବଂ ପୂଜାର୍ଚ୍ଚନା ପାଇଁ ଆବେଦନ ଆଦି ମାମଲାରେ ଜିଲ୍ଲା ଜଜ୍‌ ଅଜୟ କୃଷ୍ଣ ବିଶ୍ବେସ ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷର ଯୁକ୍ତି ଶୁଣିବାପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଏ ସଂକ୍ରାନ୍ତ କୌଣସି ଆବେଦନ ଉପରେ କୋର୍ଟ ନୂଆ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି। ଜ୍ଞାନବାପି ମସଜିଦ୍‌ ମାମଲାର ସର୍ଭେରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନାହିଁ ବୋଲି କହି ଏହାକୁ ନିମ୍ନ ଅଦାଲତକୁ ସ୍ଥାନାନ୍ତର କରିବା ପରେ ବାରଣାସୀ ଜିଲ୍ଲା କୋର୍ଟରେ ଆଜି ଶୁଣାଣି ହୋଇଛି। ଅନ୍ୟପକ୍ଷେ ମସଜିଦ୍ ପରିସରରୁ ମିଳିଥିବା ଶିବଲିଙ୍ଗ ସ୍ଥଳରେ ପୁଜା ପାଇଁ ମଧ୍ୟ କୋର୍ଟରେ ସଦ୍ୟ ଆବେଦନ ହୋଇଛି।

ତେବେ ଆସନ୍ତାକାଲିର ରାୟ ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ସ୍ଥିତିରେ କୋର୍ଟ ୩ଟି ଆବେଦନର ଶୁଣାଣି କରୁଛନ୍ତି। ଉକ୍ତ ୩ ଆବେଦନ ମଧ୍ୟରୁ ୨ଟି ହିନ୍ଦୁ ପକ୍ଷ ଏବଂ ଅନ୍ୟଟି ମୁସଲିମ୍‌ କମିଟି ଦ୍ବାରା କରାଯାଇଛି। ହିନ୍ଦୁ ପକ୍ଷର ଆବେଦନରେ ଜ୍ଞାନବାପି ମସଜିଦ ପରିସରରେ ଶ୍ରୀଙ୍ଗାର ଗୌରୀଙ୍କୁ ଦୈନିକ ପୂଜା ପାଇଁ ଅନୁମତି ମଗାଯାଇଛି। ମସଜିଦ୍‌ ପରିସରର ୱଜୁଖାନାରେ ମିଳିଥିବା ଶିବଲିଙ୍ଗର ପୂଜା ପାଇଁ ମଧ୍ୟ ଅନୁମତି ମଗାଯାଇଛି। ଶିବଲିଙ୍ଗ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସର୍ଭେ କରିବାକୁ ଆବେଦନ ହୋଇଛି। ଅନ୍ୟପକ୍ଷେ ମୁସଲିମ କମିଟି ଦ୍ବାରା ୱଜୁଖାନା ସିଲ୍‌ ନକରିବାପାଇଁ ଆବେଦନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe