ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭି‌ଷେକ ବାନାର୍ଜୀଙ୍କ ଘରେ ସିବିଆଇ

Advertisment

କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇର ପଚରାଉଚରା

କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ ପତ୍ନୀ ରୁଜିରାଙ୍କୁ ସିବିଆଇର ପଚରାଉଚରା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭି‌ଷେକ ବାନାର୍ଜୀଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କୋଇଲା ଦୁର୍ନୀତିକୁ ଜୋର ଧରିଛି ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଷେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପଚରାଉଚରା କରିଛି ସିବିଆଇ । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏବେ କୋଇଲା ଦୁର୍ନୀତିକୁ ନେଇ ସରଗରମ ହୋଇଛି । ଏହି ମାମଲାରେ ଛନ୍ଦି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଷେକ ବାନାର୍ଜିଙ୍କ ପତ୍ନୀଙ୍କୁ ସିବିଆଇ ଟିମ ପଚରାଉଚରା କରିଛି ।

ତୃଣମୂଳ ସାଂସଦ ଅଭିଷେକ ବାନାର୍ଜିଙ୍କ ଘରେ ପହଂଚି ପ୍ରାୟ ୧ଘଂଟା ଧରି ରୁଜିରାଙ୍କୁ ପଚରାଉଚରା କରିଛି ସିବିଆଇର ୮ଜଣିଆ ଟିମ । ଏସପି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଏହି ଟିମରେ ୨ଜଣ ମହିଳା ଅଧିକାରୀ ମଧ୍ୟ ରହିଛନ୍ତି । କୋଇଲା ମାଫିଆ ଅନୁପ ମାଂଝୀଙ୍କ ସହ ରୁଜିରାଙ୍କ ସମ୍ପର୍କ ଏବଂ ତାଙ୍କ ବ୍ୟାଙ୍କ ଆକାଉଂଟର ନେଣଦେଣ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି ।

ସିବିଆଇ ଟିମ କୋଲକାତା ସ୍ଥିତ ହରିଶ ମୁଖାର୍ଜି ରୋଡ ସ୍ଥିତ ଘରେ ପହଂଚିବା ପୂର୍ବରୁ ମମତା ବାନାର୍ଜି ସେଠାରେ ପହଂଚିଯାଇଥିଲେ । ତାଙ୍କ ଘରକୁ ଯାଇ ଅଭିଶେକ ଓ ତାଙ୍କ ପତ୍ନୀ ରୁଜିରାଙ୍କ ସହ ୧୦ମିନିଟ ଆଲୋଚନା କରିଥିଲେ । ଏହାଦ୍ୱାରା ମମତା ସୂଚାଇ ଦେଇଥିଲେ ଯେ ସେ ଏହି ମାମଲାରେ ତାଙ୍କ ପରିବାରଙ୍କ ସହ ଅଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଆକ୍ରମଣ ସେତିକି ବଢିବାରେ ଲାଗିଛି ।

କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଶୁକ୍ରବାର ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁରା, ପଶ୍ଚିମ ବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ଚଢାଉ କରିଥିଲା । କୋଇଲା ଚାଲାଣର କିଙ୍ଗପିନ ଅନୁପ ମାଂଝୀଙ୍କ ସହ ରୁଜିରା ବାନାର୍ଜିଙ୍କ ସମ୍ପର୍କ ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ପଚରାଉଚରା କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe