ଏମ୍‌ଏସ୍‌ପି କମିଟି ଗଠନ କଲା କେନ୍ଦ୍ର

Advertisment
ଏମ୍‌ଏସ୍‌ପି କମିଟି ଗଠନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଏମ୍‌ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ), ଫସଲ ବିବିଧୀକରଣ ଓ ଅନ୍ୟ କୃଷି ପ୍ରସଙ୍ଗର ସମାଧାନ ପାଇଁ କେନ୍ଦ୍ର ସରକାର ଶେଷରେ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ କୃଷି ସଚିବ ସଂଜୟ ଅଗ୍ରୱାଲ ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ନିତି ଆୟୋଗ ସଦସ୍ୟ (କୃଷି) ରମେଶ ଚାନ୍ଦଙ୍କୁ ସଦସ୍ୟ ଭାବେ ନିଆଯାଇଛି। କେନ୍ଦ୍ର ସରକାର, ରାଜ୍ୟ ସରକାର, କୃଷକ, କୃଷି ବିଜ୍ଞାନୀ ଏବଂ କୃଷି ଅର୍ଥନୀତିଜ୍ଞମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ସଂଯୁକ୍ତ କି‌ଷାନ ମୋର୍ଚ୍ଚା (ଏସକେଏମ୍‌)ରୁ ୩ ଜଣ ଏହି କମିଟିର ସଦସ୍ୟ ରହିବେ। ତେବେ ସଂଘ ପକ୍ଷରୁ ସରକାରଙ୍କୁ ନାମ ଦିଆଯାଇ ନଥିବାରୁ ସଦସ୍ୟଙ୍କ ନାମ ସାମିଲ କରାଯାଇନାହିଁ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଗତ ୧୨ ତାରିଖରେ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା। କେନ୍ଦ୍ର ପାଖକୁ ୩ଟି ନାମ ପଠାଇବା ପାଇଁ ଏସକେଏମ୍‌କୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ୩ କୃଷି ଆଇନ ଉଚ୍ଛେଦ ଘୋଷଣା କରିବା ସମୟରେ ଏମ୍‌ଏସପି ପାଇଁ ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe