୧୫୦ ଟଙ୍କାରେ ଟିକା କିଣିବ କେନ୍ଦ୍ର, ରାଜ୍ୟମାନଙ୍କୁ ମାଗଣାରେ ମିଳିବ

Advertisment

‘କୋଭାକ୍ସିନ’ ମୂଲ୍ୟ ଘୋଷଣା କଲା ଭାରତ ବାୟୋଟେକ୍‌

‘କୋଭାକ୍ସିନ’ ମୂଲ୍ୟ ଘୋଷଣା କଲା ଭାରତ ବାୟୋଟେକ୍‌

ରାଜ୍ୟକୁ ୯୫% ଟିକା ଦାବି ଦୋହରାଇଲେ ନବୀନ

Image Courtesy of India Today

ନୂଆଦିଲ୍ଲୀ: ସମଗ୍ର ଦେଶରେ ଟିକାକରଣ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଏବେ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ସରକାର ଟିକା ନିର୍ମାତାମାନଙ୍କଠାରୁ କୋଭିଡ୍‌ ଟିକା ଡୋଜ୍‌ ପିଛା ୧୫୦ ଟଙ୍କାରେ କିଣିବେ ଏବଂ ସମସ୍ତ ରାଜ୍ୟକୁ ତାହା ମାଗଣାରେ ଉପଲବ୍ଧ କରାଯିବ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକା ନିର୍ମାତାଙ୍କ ଦ୍ବାରା ମୂଲ୍ୟ ନିର୍ଦ୍ଧାରଣ ମାମଲାକୁ ନେଇ ବିବାଦ ସୃଷ୍ଟି ହେବାପରେ ଏ ବାବଦରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସ୍ପଷ୍ଟ କରିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ହିଁ ଟିକା କ୍ରୟ ଏବଂ ସଂପୂର୍ଣ୍ଣ ମାଗଣାରେ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିବାରୁ ଏହା ରାଜ୍ୟମାନଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଦେଶରେ ଏବେ କୋଭାକ୍ସିନ ଏବଂ କୋଭିସିଲ୍‌ଡ ଟିକା ଦିଆାଉଛି ଏବଂ ଆଗକୁ ଏହି ପ୍ରକ୍ରିୟାରେ ବିଦେଶୀ ଟିକା ‘ସ୍ପୁଟ୍‌ନିକ୍‌ ଭି’ ସାମିଲ ହେବ। ମେ ମାସ ଶେଷ ସୁଦ୍ଧା ସ୍ପୁଟନିକ ସାମିଲ ହେବ ବୋଲି ଜଣାପଡ଼ିଛି । ନିକଟରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କୋଭିସିଲ୍‌ଡ ଟିକାର ମୂଲ୍ୟ ଡୋଜ ପିଛା ସରକାରଙ୍କ ପାଇଁ ୪୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ମୂଲ୍ୟ ରହିବ ବୋଲି ଘୋଷଣା କରିଥିବା ବେଳେ ଆଜି ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନର ନୂଆ ମୂଲ୍ୟ ଘୋଷଣା କରାଯାଇଛି। ରାଜ୍ୟମାନଙ୍କ ପାଇଁ ଏହା ଡୋଜ୍‌ ପିଛା ୬୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ କେନ୍ଦ୍ର ସରକାର ପୂର୍ବ ବୁଝାମଣା ମୁତାବକ ୧୫୦ ଟଙ୍କାରେ ହିଁ ଟିକା କ୍ରୟ କରିବେ ଏବଂ ସମସ୍ତ ରାଜ୍ୟକୁ ଏହା ମାଗଣାରେ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe