କେନ୍ଦ୍ର ୫୦% ଟିକା ରାଜ୍ୟ ପାଇଁ କିଣିବ: ଆଉ ୫୦% ଟିକା ରାଜ୍ୟ ଓ ଘରୋଇ ସଂସ୍ଥା କିଣିବେ

Advertisment

କଟକଣା କୋହଳ ହେଲେ ବି ସଂକ୍ରମଣ ତଳମୁହାଁ ରହିବ: ସରକାର

କଟକଣା କୋହଳ ହେଲେ ବି ସଂକ୍ରମଣ ତଳମୁହାଁ ରହିବ: ସରକାର

ଟିକାର ଉତ୍କଟ ଅଭାବ: ଧିମେଇ ଯିବ ୧୮-୪୪ବର୍ଗଙ୍କ ଟିକାକରଣ, ୭ ଓ ୯ତାରିଖରେ ପହଞ୍ଚିବ ଟିକା

Image Courtesy of The Irish Times

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଉତ୍ପାଦନ ହେଉଥିବା ୫୦ ପ୍ରତିଶତ କୋଭିଡ୍‌ ଟିକା କ୍ରୟ କରିବେ ଯାହାକି ରାଜ୍ୟମାନଙ୍କୁ ମାଗଣାରେ ଦିଆଯିବ ଏବଂ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ତାହା ବ୍ୟବହାର ହେବ। ଅନ୍ୟ ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ଘରୋଇ ସଂସ୍ଥା କ୍ରୟ କରିବେ। ଏହା ସହିତ ଆଗାମୀ ଦିନରେ ଭାରତରେ ଆଉ ୪ଟି ନୂଆ ଟିକା ଉପଲବ୍ଧ ହେବ ବୋଲି ନିତି ଆୟୋଗ ସଦସ୍ୟ ଡା. ଭି.କେ ପଲ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି। ଆଗକୁ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦିନକୁ କୋଭିଡ୍‌ ଟିକାର ୧ କୋଟି ମାତ୍ରା ପ୍ରଦାନ କରାଯିବା ଲକ୍ଷ୍ୟରେ ପ୍ରୟାସ ଜାରି ରହିଛି ଏବଂ କିଛି ସପ୍ତାହ ମଧ୍ୟରେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

 କଟକଣା କୋହଳ ହେଲେ ବି ସଂକ୍ରମଣ ତଳମୁହାଁ ରହିବ: ସରକାର
 ଦ୍ବିତୀୟ ଡୋଜ୍‌ରେ ଭିନ୍ନ ଟିକା ନେଲେ ବଡ଼ ସଙ୍କଟ ହେବ ନାହିଁ
 ଜୁନ୍‌ ଦ୍ବିତୀୟ ସପ୍ତାହରୁ ଆପୋଲୋ ହସ୍ପିଟାଲ୍‌ ମାଧ୍ୟମରେ ସ୍ପୁଟନିକ୍‌-ଭି ଉପଲବ୍ଧ

‘ଆମର ପ୍ରୋଟୋକଲ ଅନୁଯାୟୀ ଉଭୟ ମାତ୍ରା ଗୋଟିଏ ଟିକାର ହେବା ଉଚିତ ଏବଂ ଏହା ସବୁଠି କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତେବେ କୌଣସି କାରଣରୁ ଯଦି ଭୁଲ୍‌ରେ କେହିଁ ଭିନ୍ନ ଟିକା ନେଇଯାଏ ତା’ହେଲେ କୌଣସି ସାଂଘାତିକ ପ୍ରତିକ୍ରିୟା ହେବ ନାହିଁ ଏବଂ ଏଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶରେ କେତେକ ବ୍ୟକ୍ତିଙ୍କୁ ଭୁଲ୍‌ରେ ଦ୍ବିତୀୟ ଡୋଜ୍‌ ଦେବା ସମୟରେ ଭିନ୍ନ ଟିକା ଲାଗିବା ସଂପର୍କରେ ପଚରାଯିବାରୁ ଡା. ପଲ କହିଥିଲେ ଯେ ଏଭଳି ଘଟଣା ପାଇଁ ବିବ୍ରତ ହେବା ଅନାବଶ୍ୟକ। ଦେଶରେ ଏବେ ବିପୁଳ ମାତ୍ରାରେ ସ୍ପୁଟ୍‌ନିକ ଭି ଟିକା ପହଞ୍ଚି ସାରିଥିବାରୁ ଟିକାକରଣରେ ଏହାକୁ ସାମିଲ କରିବା ପାଇଁ ରଣନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଜୁନ୍‌ ଦ୍ବିତୀୟ ସପ୍ତାହରୁ ଆପୋଲ ହସ୍ପିଟାଲ ମାଧ୍ୟମରେ ଦେଶବ୍ୟାପୀ ଏହି ଟିକା ଉପଲବ୍ଧ ହେବ ବୋଲି ଆପୋଲୋ ହସ୍ପିଟାଲର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶୋଭନା କାମିନେନି ଆଜି ସୂଚନା ଦେଇଛନ୍ତି।

ସ୍ପୁଟ୍‌ନିକ ଭି ଟିକାକୁ ପ୍ରଥମ ପର୍ଯ୍ୟାୟରେ ଘରୋଇ ସଂସ୍ଥାକୁ ଦିଆଯାଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତରେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ଏବେ ତଳମୁହାଁ ହୋଇଛି। ଏଭଳି ସ୍ଥିତିରେ ଯଦି କଟକଣା କୋହଳ ହୁଏ ତାହା ସତ୍ତ୍ବେ ମଧ୍ୟ ତଳମୁହାଁ ସ୍ଥିତି ଜାରି ରହିବ । ବିଗତ ୨୦ ଦିନ ଧରି ସଂକ୍ରମଣ କମିବାର ଯେଉଁ ଧାରା ଜାରି ରହିଛି ତାହା ଦ୍ବିତୀୟ ଲହର ଥମିବାର ସଙ୍କେତ ଦେଉଛି। ୨୪ଟି ରାଜ୍ୟରେ ସକ୍ରିୟ ମାମଲା ସପ୍ତାହେ ହେଲା ଲଗାତାର କମିଚାଲିଛି। ଅନ୍ୟପକ୍ଷରେ କୋଭିଡ୍‌ ଟେଷ୍ଟିଂରେ ଯଥେଷ୍ଟ ବୃଦ୍ଧି ସତ୍ତ୍ବେ ସଂକ୍ରମଣ ହ୍ରାସ ହେଉଥିବା ଆଶ୍ବସ୍ତି ଆଣିଛି ବୋଲି ଅଗ୍ରୱାଲ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe