କେନ୍ଦ୍ର ସରକାର-ଦିଲ୍ଲୀ ବିବାଦ ଘନଉଛି: କେଜ୍ରିୱାଲଙ୍କୁ ୪୭ ଫାଇଲ୍‌ ଫେରାଇଦେଲେ ଦିଲ୍ଲୀ ଉପରାଜ୍ୟପାଳ

Advertisment

ସ୍ବାକ୍ଷର ନକରି ଫାଇଲ ପଠାଉଥିଲେ କେଜ୍ରିୱାଲ

ସ୍ବାକ୍ଷର ନକରି ଫାଇଲ ପଠାଉଥିଲେ କେଜ୍ରିୱାଲ

କେନ୍ଦ୍ର ସରକାର-ଦିଲ୍ଲୀ ବିବାଦ ଘନଉଛି: କେଜ୍ରିୱାଲଙ୍କୁ ୪୭ ଫାଇଲ୍‌ ଫେରାଇଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣି ଏକ ଝଟ୍‌କା ଲାଗିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଅଫିସ୍‌ ପକ୍ଷରୁ ‌କେଜ୍ରିୱାଲଙ୍କୁ ୪୭ଟି ଫାଇଲ୍‌ ଫେରାଇ ଦିଆଯାଇଛି। ଏହି ଫାଇଲ୍‌ଗୁଡ଼ିକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ସ୍ବାକ୍ଷର ବଦଳରେ ସିଏମ୍‌ଓ କର୍ମଚାରୀଙ୍କ ସ୍ବାକ୍ଷର ଥିବାରୁ ଉପରାଜ୍ୟପାଳ ସଚିବାଳୟ ଏହାକୁ ଫେରାଇ ଦେଇଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ମଧ୍ୟରେ ପୁଣି ବିବାଦ ଘନେଇବ। ଉପରାଜ୍ୟପାଳ ଭିକେ ସାକ୍ସେନା ସପ୍ତାହକ ତଳେ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ଚିଠି ଲେଖିଥିଲେ। ଉପରାଜ୍ୟପାଳ ସଚିବାଳୟର ସ୍ବୀକୃତି ଏବଂ ମତାମତ ପାଇଁ ସିଏମ୍‌ଓ ଅଫିସରୁ ଆସୁଥିବା ଫାଇଲରେ ‌କେଜ୍ରିୱାଲଙ୍କ ସ୍ବାକ୍ଷର ରହୁନି ବୋଲି ଅଭିଯୋଗ କରିଥିଲେ। ଶିକ୍ଷା ବିଭାଗ ଏବଂ ୱାକଫ ବୋର୍ଡ ସମେତ ଅନ୍ୟ ବିଭାଗର ଫାଇଲ୍ଗୁଡ଼ିକୁ ଫେରାଇ ଦିଆଯାଇଛି। ଉପରାଜ୍ୟପାଳଙ୍କ ଅଭିଯୋଗ ସତ୍ତ୍ବେ ସିଏମ୍‌ଓ ଅଫିସ ପକ୍ଷରୁ ଲଗାତାର କେଜ୍ରିୱାଲଙ୍କ ବିନା ସ୍ବାକ୍ଷରରେ ଫାଇଲ୍‌ଗୁଡ଼ିକ ସଚିବାଳୟକୁ ପଠାଯାଉଥିଲା।

ଶ୍ରେଣୀଗୃହ ଦୁର୍ନୀତି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଶାସକ ଆପ୍ ଓ ବିଜେପି ମଧ୍ୟରେ ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ନେଇ ଲଢ଼େଇ ଜାରି ରହିଥିବା ବେଳେ ଶୁକ୍ରବାର ଉପରାଜ୍ୟପାଳ ଭିକେ ସାକ୍ସେନା ଆପ୍‌ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କେଳେଙ୍କାରୀ ନେଇ ସିଭିସି ତଦନ୍ତ ରିପୋର୍ଟ ଉପରେ ଅଢ଼େଇ ବର୍ଷ ହେଲା କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ତା’ ଉପରେ ରିପୋର୍ଟ ଦେବା ପାଇଁ ସେ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି।

ଶୌଚାଳୟଗୁଡ଼ିକୁ ସରକାର ଶ୍ରେଣୀଗୃହ ବୋଲି ଦର୍ଶାଇଛନ୍ତି

ସୂଚନା ଅନୁସାରେ, ବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ପ୍ରକଳ୍ପରେ ବ୍ୟାପକ ଅନିୟମିତତା କରାଯାଇଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ତାଙ୍କ ରିପୋର୍ଟରେ ଦର୍ଶାଇବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହି ୧୭ ଫେବ୍ରୁଆରି, ୨୦୨୦ରେ ସେକ୍ରେଟାରୀ, ଭିଜିଲାନ୍ସ, ଜିଏନ୍‌ସିଟିଡିଙ୍କୁ ରିପୋର୍ଟଟି ପଠାଇଥିଲେ। କିନ୍ତୁ ଅଢ଼େଇ ବର୍ଷ ହେଲାଣି ଏହା ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଉପରାଜ୍ୟପାଳ ସାକ୍ସେନା ଏହାକୁ ଗୁରୁତ୍ବର ସହ ନେବା ସହିତ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ଏପରି ବିଳମ୍ବ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ସିଭିସିଙ୍କ ରିପୋର୍ଟ ଅନୁସାରେ ଦିଲ୍ଲୀରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୩୨୬.୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହା ହୋଇଥିବା ଟେଣ୍ଡର ପରିମାଣଠାରୁ ୫୩ ପ୍ରତିଶତ ଅଧିକ। ଏହାଦ୍ବାରା ଖର୍ଚ୍ଚ ଦେଢ଼ଗୁଣା ହୋଇଛି ଅଥଚ ୬,୧୩୩ଟି ଶ୍ରେଣୀଗୃହ ବଦଳରେ ୪,୦୨୭ଟି ନିର୍ମାଣ କରାଯାଇଛି। ୧୯୪ଟି ବିଦ୍ୟାଳୟରେ ୧୬୦ଟି ଶୌଚାଳୟ ନିର୍ମାଣର ଆବଶ୍ୟକତା ଥିବା ବେଳେ ୧,୨୧୪ଟି ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ଏଥିରେ ୩୭ କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି। ଶୌଚାଳୟଗୁଡ଼ିକୁ ସରକାର ଶ୍ରେଣୀଗୃହ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe