ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ, ସର୍ବଦଳୀୟ ବୈଠକ ଡକାଇଲେ ସରକାର

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡକାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଏହି ବୈଠକ ଡକାଯାଇଛି ।

ନେତାଙ୍କ ଯୁକ୍ତିତର୍କରେ ସ୍ୱାହା ହେଲା ଦେଶବାସୀଙ୍କ ୫୦ କୋଟି ଟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଏହି ବୈଠକ ଡକାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ), ଶିବସେନା, ବିଜୁ ଜନତା ଦଳ (ବିଜେଡି) ଏବଂ ଅନ୍ୟାନ୍ୟ ଦଳର ନେତାମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ସୋମବାର ( ୨୫ ନଭେମ୍ବର) ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ୱାକଫ୍ ସଂଶୋଧନ ବିଲ୍ ସମେତ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ମଣିପୁରରେ ଚାଲିଥିବା ଜାତିଗତ ହିଂସା ଏବଂ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପ୍ରସଙ୍ଗକୁ ଉଠାଇବା ପାଇଁ ବିରୋଧୀ ଯଥାସମ୍ଭବ ପ୍ରୟାସ କରିବେ। ଅନେକ ବିରୋଧୀ ଦଳ ନେତା କହିଛନ୍ତି ଯେ ସେମାନେ ସଂସଦରେ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗ ଉଠାଇବେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମିଳିତ ସଂସଦୀୟ କମିଟି ଦ୍ୱାରା ଅଭିଯୋଗର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe