ଖାଲି ପଦ ପୂରଣ କରିବେ କେନ୍ଦ୍ର ସରକାର: ଦେଢ଼ବର୍ଷରେ ୧୦ ଲକ୍ଷ ନୂଆ ନିଯୁକ୍ତି

Advertisment

ସବୁ ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ, ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ସବୁ ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ, ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଅନେକ ଭଲ ସରକାରୀ ପଦକ୍ଷେପରେ ‘ରାଜନୀତିର ରଙ୍ଗ’ ବୋଳାଯାଉଛି: ମୋଦୀ

livemint.com

ନୂଆଦିଲ୍ଲୀ/ଭୁବନେଶ୍ବର: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର। ଆସନ୍ତା ଦେଢ଼ ବର୍ଷରେ କେନ୍ଦ୍ର ସରକାର ୧୦ ଲକ୍ଷ ନୂଆ ଚାକିରି ସୃଷ୍ଟି କରିବେ। ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଖାଲିପଡ଼ିଥିବା ପଦଗୁଡ଼ିକୁ ମିସନ୍ ମୋଡ୍‌ରେ ପୂରଣ କରାଯିବ। ଖାଲି ପଦ ପୂରଣ କରିବାକୁ ସବୁ ବିଭାଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଚାକିରି ପାଇବାକୁ ଚାହିରହିଥିବା ଆଶାୟୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ମନ୍ତ୍ରାଳୟର ମାନବ ସମ୍ବଳ ସ୍ଥିତିକୁ ସମୀକ୍ଷା କରିବା ପରେ ୧୦ ଲକ୍ଷ ପଦ ଶୀଘ୍ର ପୂରଣ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଏବିଷୟରେ ସେ ଟୁଇଟ୍ କରି ଜଣାଇଛନ୍ତି। କେଉଁ ବିଭାଗରେ କେତେ ପଦ ଫାଙ୍କା ରହିଛି ଓ କେଉଁ ସ୍ତରର ଖାଲି ପଦ ପୂରଣ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ରେଳବାଇ, ଡାକ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବିଭିନ୍ନ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ପୂରଣ କରାଯାଇପାରେ ବୋଲି ଆଶା କରାଯାଉଛି। କରୋନା ମହାମାରୀ ବ୍ୟାପିବା ପରେ ଅନେକ ଲୋକ ରୋଜଗାର ‌ହରାଇ ବେକାର ହୋଇପଡ଼ିଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିବା ‌ଅନେକ ସମୟରେ ଅଭିଯୋଗ ହେଉଛି। ସେହି ଛବିକୁ ବଦଳାଇବାରେ ୧୦ ଲକ୍ଷ ନୂତନ ନିଯୁକ୍ତି ଘୋଷଣା ନିଶ୍ଚିତ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ, ନ୍ୟାସନାଲ ହେରାଲ୍‌ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଜେରାରୁ ମିଳିଥିବା ବିରତି ସମୟରେ ସେ ସରକାରଙ୍କ ୧୦ ଲକ୍ଷ ନିଯୁକ୍ତି ଘୋଷଣାକୁ ତାଚ୍ଛଲ୍ୟ କରିଛନ୍ତି। ରା‌ହୁଲ କହିଛନ୍ତି ଯେ ୮ ବର୍ଷ ପୂର୍ବେ ଯୁବପିଢ଼ିଙ୍କୁ ପ୍ରତି ବର୍ଷ ୨ କୋଟି ନିଯୁକ୍ତି ମିଳିବ ବୋଲି ଘୋଷଣା କରାଯାଇଥିଲା। ଏବେ ତାହା ୧୦ ଲକ୍ଷ ସରକାରୀ ଚାକିରି ହୋଇଯାଇଛି। ଏହା ଜୁମ୍‌ଲାର ସରକାର ନୁହେଁ, ମହା ଜୁମ୍‌ଲାର ସରକାର। ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟିର ନୁହେଁ ନିଯୁକ୍ତି ଉପରେ ଖବର ପ୍ରସ୍ତୁତ କରିବାର ବିଶେଷଜ୍ଞ ବୋଲି ରାହୁଲ୍ ଟୁଇଟ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆସନ୍ତା ଦେଢ଼ ବର୍ଷରେ ମିସନ୍ ମୋଡ଼ରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟଗୁଡ଼ିକରେ ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଆଧାରରେ ଶିକ୍ଷା ମନ୍ତ୍ରାଳୟ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ସମସ୍ତ ବିଭାଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଖାଲି ଥିବା ପଦବିଗୁଡ଼ିକୁ ପୂରଣ କରାଯିବ। ଉଚ୍ଚଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଅନ୍ୟ ବିଭାଗଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବିଗୁଡ଼ିକୁ ଖୁବ୍‌ ଶୀଘ୍ର ପୂରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe