ତୃତୀୟ ପର୍ଯ୍ୟାୟ ଟିକ‌ାକରଣ ପୂର୍ବରୁ ରାଜ୍ୟମାନଙ୍କ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳି

Advertisment
୩ ଘରୋଇ ହସ୍ପିଟାଲ ଆଣିବେ ୧୨ହଜାର ଡୋଜ୍, ଘରୋଇ ହସ୍ପିଟାଲଙ୍କୁ କୋ-ୱିନ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ

BioWorld

ନୂଆଦିଲ୍ଲୀ : ମେ’ ୧ ତାରିଖରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ଗୃହ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ରାଜ୍ୟ ମାନଙ୍କ ଦ୍ବାରା ସଠିକ୍‌ ସମୟରେ ସଠିକ୍‌ ତଥ୍ୟ ଅପ୍‌ଲୋଡ୍‌ କରିବା ସଂକ୍ରାନ୍ତରେ ସ୍ବାସ୍ଥ୍ୟ ସଚିବ ଗୁରୁତ୍ବାରୋପ କରିଛନ୍ତି। କୌଣସି ଭୁଲ୍‌ ତଥ୍ୟ ସମଗ୍ର ବ୍ୟବସ୍ଥାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବ ବୋଲି ବୈଠକରେ କୁହାଯାଇଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ରାଜ୍ୟମାନଙ୍କ ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି-

 ରାଜ୍ୟମାନେ ଅତିରିକ୍ତ ଡେ‌ଡିକେ‌ଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ ଚିହ୍ନଟ କରିବେ। ଏହା ସହିତ ଫିଲ୍ଡ ହସ୍ପିଟାଲ୍‌ ପାଇଁ ସୁବିଧା ପ୍ରସ୍ତୁତ କରିବାକୁ ହେବ। ଉଭୟ ସରକାରୀ ଏବଂ ଘରୋଇସ୍ତରରେ ଏ ଦିଗରେ ତତ୍ପରତାର ସହ ପଦକ୍ଷେପ ନେବାକୁ ହେବ।
 ଅକ୍ସିଜେନ୍‌ ସପୋର୍ଟ ବେଡ୍‌, ଆଇସିୟୁ ବେଡ୍‌ ବୃଦ୍ଧି ସହ ଅକ୍ସିଜେନ୍‌ ଯୋଗାଣ ତ୍ବରାନ୍ବିତ କରିବାକୁ ପଦକ୍ଷେପ।
 ଆ‌ମ୍ବୁଲାନ୍ସ ସେବା ସୁଦୃଢ଼ କରିବା ସହ ରୋଗୀମାନଙ୍କର ସଠିକ୍‌ ଚିକିତ୍ସା ପାଇଁ ଡାକ୍ତର ଏବଂ ନର୍ସ‌୍‌ମାନଙ୍କୁ ସଠିକ୍‌ ଟ୍ରେନିଂ ବ୍ୟବସ୍ଥା‌।
 ବେଡ୍‌ ମଂଜୁରି ପାଇଁ କଲ୍‌ ସେଣ୍ଟର୍‌ ଆଧାରିତ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ।
 ରାଜ୍ୟମାନେ କୋଭିଡ୍‌ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌କୁ ନିଜ ନିୟନ୍ତ୍ରଣକୁ ନେଇପାରିବେ।
 ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଆଇସୋଲେସନ୍‌ରେ ରଖିବାପାଇଁ କୋଭିଡ୍‌ କେୟାର ଫ୍ୟାସିଲିଟି ବୃଦ୍ଧି କରିବାକୁ ହେବ।
 ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ୍‌, ଭେଣ୍ଟିଲେଟର୍‌ ଏବଂ ଆଇସିୟୁ ଉପଲବ୍ଧ ସୁନିଶ୍ଚିତ କରିବାକୁ ହେବ।
 ସିଏସ୍‌ଆର୍‌ ପାଣ୍ଠି ବ୍ୟବହାର କରି ଅସ୍ଥାୟୀ ହସ୍ପିଟାଲ ଏବଂ ଅସ୍ଥାୟୀ ସେବା କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe