ଠିକ୍ ଭାବେ ନ୍ୟାୟ ପାଇବା ପାଇଁ ବିଚାରବିଭାଗରେ ଖାଲିସ୍ଥାନ ପୂରଣ ହେବା ଦରକାର : ସିଜେଆଇ

Advertisment
ଠିକ୍ ଭାବେ ନ୍ୟାୟ ପାଇବା ପାଇଁ  ବିଚାରବିଭାଗରେ ଖାଲିସ୍ଥାନ ପୂରଣ ହେବା ଦରକାର : ସିଜେଆଇ

Business Standard

ନୂଆଦିଲ୍ଲୀ: ଲୋକମାନେ ଠିକ୍‌ଭାବରେ ନ୍ୟାୟ ପାଇବା ପାଇଁ ହେଲେ ବିଚାର ବିଭାଗରେ ରହିଥିବା ଖାଲିସ୍ଥାନଗୁଡ଼ିକୁ ପୂରଣ କରାଯିବା ଉଚିତ ଏବଂ ସବୁସ୍ତରରେ ଏହିସବୁ ପଦବି ପୂରଣ ନିମନ୍ତେ ନିଜ ସ୍ତରରେ ଚେଷ୍ଟା କରୁଛନ୍ତି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି (ସିଜେଆଇ) ଏନ୍‌ଭି ରମଣା ଶୁକ୍ରବାର କହିଛନ୍ତି। ମାଧପୁରଠାରେ ତେଲେଙ୍ଗାନାର ଜୁଡିସିଆଲ ଅଫିସରମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରି ସିଜେଆଇ ରମଣା କହିଲେ, ଭିତ୍ତିଭୂମିର ଅଭାବ ସହ ବହୁ କର୍ମଚାରୀଙ୍କ ଅଭାବ ଯୋଗୁ କାର୍ଯ୍ୟ ସମ୍ପାଦନରେ ନିଶ୍ଚିତ ଅସୁବିଧା ହେଉଥିବ। ତେବେ ଏହି ସମସ୍ୟାର ପ୍ରାଥମିକତା ଭିତ୍ତିରେ ସମାଧାନ ପାଇଁ ସେ ଚେଷ୍ଟା କରୁଛନ୍ତି। ସେ କହିଥିଲେ ଯେ କୋଭିଡ୍‌ଠାରୁ ଆରମ୍ଭ କରି ବିଭିନ୍ନ କାରଣରୁ କୋର୍ଟଗୁଡ଼ିକରେ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେତେଦିନ ଭିତରେ ଏହିସବୁ ଲୋକ ନ୍ୟାୟ ପାଇବେ ତାହା କହିବା କଷ୍ଟକର ହୋଇପଡ଼ିଛି। ଏହି ପରିସ୍ଥିତିରେ ଖାଲିସ୍ଥାନଗୁଡ଼ିକ ପୂରଣ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ।

ତେଲେଙ୍ଗାନା ହାଇକୋର୍ଟରେ ୪୨ ଜଣ ବିଚାରପତି ରହିବା କଥା କିନ୍ତୁ ଏଠାରେ ୧୦ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମାତ୍ର ୨୯ ଜଣ ବିଚାରପତି ଅଛନ୍ତି। ଗତବର୍ଷ ଏହାର ଅନୁମୋଦିତ ବିଚାରପତି ସଂଖ୍ୟା ୨୪ରୁ ୪୨କୁ ବୃଦ୍ଧି ପାଇଥିଲା। ଗତବର୍ଷ ସୁପ୍ରିମ୍‌କୋର୍ଟ କଲେଜିୟମ୍ ୧୨ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଥିବା ବେଳେ ୧୦ ଜଣଙ୍କୁ ନିଯୁକ୍ତି ମିଳିଛି। ବାକି ଦୁଇଜଣଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରିବେ ବୋଲି ସିଜେଆଇ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe