୨୦୨୩ ପୂର୍ବରୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବେ : କଂଗ୍ରେସ

Advertisment

ଖଣ୍ଡନ କଲେ ବୋମାଇ

ଖଣ୍ଡନ କଲେ ବୋମାଇ

୨୦୨୩ ପୂର୍ବରୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବେ : କଂଗ୍ରେସ

Deccan Herald

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ କର୍ଣ୍ଣାଟକ ଗସ୍ତ କରିଥିଲେ। ଅମିତ ଶାହଙ୍କ ଗସ୍ତ ପରେ କଂଗ୍ରେସ ଏକ ଗୁରୁତ୍ବପୂର୍ଣ୍ଣ ଦାବି କରିଛି। କର୍ଣ୍ଣାଟକରେ ପୁଣିଥରେ ମୁଖ୍ୟମନ୍ତ୍ରୀ ବଦଳିବାର ସମୟ ଆସିଯାଇଛି ବୋଲି କଂଗ୍ରେସ ଦାବି କରିଛି। ବିଜେପି ନେତୃବୃନ୍ଦ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାପାଇଁ ଯୋଜନା କରୁଛି। କର୍ଣ୍ଣାଟକରେ ଏବେ ତୃତୀୟ ମୁଖ୍ୟମନ୍ତ୍ରୀ ଆସିବାର ସମୟ ଆ‌ସିଛି ବୋଲି କଂଗ୍ରେସ କହିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ନିତି ଆୟୋଗ ବୈଠକରେ ବୋମାଇ ଯୋଗ ଦେଇନଥି‌‌ଲେ। କ‌ରୋନା‌ ସଂକ୍ରମିତ ହୋଇଥିବାରୁ ‌ବୋମାଇ ଏହି ବୈଠକରେ ଯୋଗ ଦେଇନଥିଲେ ମଧ୍ୟ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି। କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀ ଭାବେ ବୋମାଇଙ୍କ ଦିନ ସରି ଆସୁଛି।

ବିଜେପିର ବିଏସ୍‌ ୟେଦୁରପ୍ପା କିନ୍ତୁ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୟେଦୁରପ୍ପା କହିଛନ୍ତି, ମୁଖ୍ୟମନ୍ତ୍ରୀ ବଦଳିବାର ପ୍ରଶ୍ନ ଉଠୁନି। ନିର୍ବାଚନକୁ ମାତ୍ର ୮ ମାସ ବାକି ଅଛି। ବୋମାଇ ହିଁ ମୁଖ୍ୟମନ୍ତ୍ରୀ ଭାବେ ରହିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନିଜେ ମୁଖ୍ୟମନ୍ତ୍ରୀ ବୋମାଇ ମଧ୍ୟ କଂଗ୍ରେସର ଏହି ଦାବିକୁ ଖଣ୍ଡନ କରିଛନ୍ତି। ଏହା ଭିତ୍ତିହୀନ ଏବଂ ମିଥ୍ୟା ବୋଲି ବୋମାଇ କହିଛନ୍ତି। ତାଙ୍କ ସରକାର ସ୍ଥିର ଅଛି ଏବଂ ସେ ମୁଖ୍ୟମନ୍ତ୍ରୀ ଭାବେ ରହି ରାଜ୍ୟ ଏବଂ ବିଜେପି ପାଇଁ ଅଧିକ କାମ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe