ଉଚ୍ଚ ଶବ୍ଦରେ ପଞ୍ଜାବୀ ଗୀତ ବଜାଉଛି ଚୀନ୍‌ ସେନା

ଉଚ୍ଚ ଶବ୍ଦରେ ପଞ୍ଜାବୀ ଗୀତ ବଜାଉଛି ଚୀନ୍‌ ସେନା

TFIPOST

ନୂଆଦିଲ୍ଲୀ: ଲଦାଖର ସମ୍ମୁଖ ଘାଟିମାନଙ୍କରେ ନିୟୋଜିତ ଥିବା ଚୀନର ସୈନିକମାନେ ଶୁକ୍ରବାର ଲାଉଡ୍‌ସ୍ପିକର ମାଧ୍ୟମରେ ଖୁବ୍‌ ଉଚ୍ଚ ଶବ୍ଦରେ ପଞ୍ଜାବୀ ଗୀତ ବଜାଇବା ଶୁଣାଯାଇଥିଲା। ଫିଙ୍ଗର ୪ ଇଲାକାର ଉଚ୍ଚ ପର୍ବତ ଶିଖରମାନଙ୍କରେ ଅବସ୍ଥାପିତ ଭାରତୀୟ ଯବାନମାନଙ୍କୁ ବିଚଳିତ କରିବା ଲକ୍ଷ୍ୟରେ ପାକ୍‌ ସେନା ଏହି ନୂତନ କୌଶଳ ଅବଲମ୍ବନ କରିଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ପୂର୍ବରୁ ମଧ୍ୟ ଚୀନ ସେନା ପକ୍ଷରୁ ଏପରି ମାନସିକ ଯୁଦ୍ଧ କୌଶଳ ପ୍ରୟୋଗ କରାଯାଇଛି। ୧୯୬୨ ମସିହା ଯୁଦ୍ଧର ଠିକ୍‌ ଅବ୍ୟବହିତ ପୂର୍ବରୁ ଚୀନ ସୈନିକମାନେ ଅନୁରୂପ ଭାବେ ହିନ୍ଦୀ ସିନେମା ଗୀତ ସବୁ ବଜାଇଥିଲେ। ଏହା ଏକପ୍ରକାର ଧମକପୂର୍ଣ୍ଣ କୌଶଳ କହିଲେ ଅତ୍ୟୁକ୍ତି ହେବନାହିଁ। ଏପରି ଉଚ୍ଚ ସ୍ବରରେ ଭାରତୀୟ ଭାଷାର ଗୀତ ବଜାଇ ସେମାନେ ଭାରତୀୟ ଯବାନମାନଙ୍କୁ ବିବ୍ରତ କରିବା ସହ ସେମାନଙ୍କର ଯାବତୀୟ ଗତିବିଧି ବୁଝିପାରୁଛନ୍ତି ବୋଲି ମଧ୍ୟ ଏକ ସଂକେତ ପଠାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe