ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍‌ ସେନା: ଭାଇରାଲ ହେଲା ପିଏଲ୍‌ଏର ସୋସିଆଲ ମିଡିଆ ପୋଷ୍ଟ

Advertisment
ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍‌ ସେନା: ଭାଇରାଲ ହେଲା ପିଏଲ୍‌ଏର ସୋସିଆଲ ମିଡିଆ ପୋଷ୍ଟ

RT

ବେଜିଂ: ଚୀନ୍‌ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧକୁ ନେଇ ଚୀନ୍‌ର ପିଏଲ୍‌ଏ (ପିପୁଲ୍ସ ଲିବରେସନ ଆର୍ମି)ର ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ଏବେ ଭାଇରାଲ ହେବା‌ରେ ଲାଗିଛି। ଆସନ୍ତା ଅଗଷ୍ଟ ୧ରେ ପିଏଲଏର ୯୫ ତମ ପ୍ରତିଷ୍ଠା ଉତ୍ସବ ଥିବାବେଳେ ଏହା ପୂର୍ବରୁ ପିଏଲ୍‌ଏ ଶୁକ୍ରବାର ଦିନ ‘ପ୍ରିପେୟାରିଂ ଫର ୱାର୍‌’( ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛୁ) ପୋଷ୍ଟ୍‌ କରିଛି। ଏହି ପୋଷ୍ଟକୁ ଚୀନ୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ଜୋରଦାର ସମର୍ଥନ କରିଛନ୍ତି। ସିନା ୱିବୋରେ ଏହି ପୋଷ୍ଟ୍‌ କରାଯିବାର ୧୨ ଘଣ୍ଟା ମଧ୍ୟରେ ଏହାକୁ ୩ ଲକ୍ଷ ଲାଇକ୍‌ (ସମର୍ଥନ) ମିଳିଛି। ୧୯ ହଜାରରୁ ଅଧିକ କମେଣ୍ଟ୍‌ ମିଳିଛି। ଅଧିକାଂଶ ଇଣ୍ଟରନେଟ୍‌ ବ୍ୟବହାରକାରୀ ଲେଖିଛନ୍ତି, ପିଏଲଏକୁ ଆମେ ସମର୍ଥନ କରୁଛୁ। କିଛି ଅବସରପ୍ରାପ୍ତ ସୈନିକ କହିଛନ୍ତି, ଯେତେବେଳେ ବି ଦେଶର ଆବଶ୍ୟକ ହେବ ସେମାନେ ପିଏଲ୍‌ଏକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe