ଖର୍ଚ୍ଚ ଭରଣା ପାଇଁ କୋଭାକ୍ସିନ୍‌ ଦର ଅଧିକ ରଖିବ କମ୍ପାନି

Advertisment
ଖର୍ଚ୍ଚ ଭରଣା ପାଇଁ କୋଭାକ୍ସିନ୍‌ ଦର ଅଧିକ ରଖିବ କମ୍ପାନି

ହାଇଦ୍ରାବାଦ: କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରସ୍ତୁତକାରୀ କମ୍ପାନି ଭାରତ ବାୟୋଟେକ୍‌ ନିଜର କାରବାର ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିଛି। କମ୍ପାନି ପକ୍ଷରୁ ଟିକା ନିର୍ମାଣରେ ହୋଇଥିବା ଯାବତୀୟ ଖର୍ଚ୍ଚ ଏହି ଟିକା ବିକ୍ରିରୁ ଭରଣା କରିବ ବୋଲି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. କୃଷ୍ଣା ଏଲ୍ଲା କହିଛନ୍ତି। ଟିକା ଉତ୍ପାଦନ ପାଇଁ ବ୍ୟବହୃତ ବିଭିନ୍ନ ଉପାଦାନ ଖର୍ଚ୍ଚ ସମେତ ତାହାର ନୈଦାନିକ ପରୀକ୍ଷଣରେ ଖର୍ଚ୍ଚ ହୋଇଥିବା ୩୫୦ କୋଟି ଟଙ୍କା ରହିଥିବା ସେ ସୂଚନା ଦେଇଛନ୍ତି। କମ୍ପାନିର ହାଇଦ୍ରାବାଦ ସ୍ଥିତ କାରଖାନାରେ ସମ୍ପ୍ରତି ମାସକୁ କୋଭାକ୍ସିନ୍‌ର ଦେଢ଼ କୋଟି ମାତ୍ରା ପ୍ରସ୍ତୁତ ହେଉଥିବା ବେଳେ ଆଗକୁ ବେଙ୍ଗାଲୁରୁ କାରଖାନା କାର୍ଯ୍ୟକ୍ଷମ ହେଲେ ମାସକୁ ୨ରୁ ୩ କୋଟି ମାତ୍ରା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe