ପାକିସ୍ତାନ, ଆଫଗାନିସ୍ତାନ ଯୋଗୁଁ ବଢୁଛି ଦିଲ୍ଲୀର ପ୍ରଦୂଷଣ

Advertisment

ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦୦ ଅତିକ୍ରମ କରିଛି।

Updated On

ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦୦ ଅତିକ୍ରମ କରିଛି।

ଅଦ୍ୟତନ ହୋଇଛି
uuo

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ ପାକିସ୍ତାନର ଦୁଇଟି ସହର ଲାହୋର ଓ ମୁଲତାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦୦ ଅତିକ୍ରମ କରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଏହି ଦୁଇ ସହରରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି ।

ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତି ଶୀତଦିନେ ବିପଜ୍ଜନକ ସ୍ତର ଅତିକ୍ରମ କରିଥାଏ। ପ୍ରତିବର୍ଷ ଦୀପାବଳି ପରେ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଚାଷ ଜମିରେ ନିଆଁ ଲାଗିଥାଏ। ଯାହା ଫଳରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନିକଟରେ ଆମେରିକୀୟ ମହାକାଶ ଏଜେନ୍ସି ନାସା ଏକ ସାଟେଲାଇଟ୍ ଫଟୋ ଜାରି କରିଛି, ଯେଉଁଥିରେ ଭାରତ ଓ ପାକିସ୍ତାନର ଏକ ବଡ଼ ଅଂଶ କଳା ଧୂଆଁରେ ଆଚ୍ଛାଦିତ ହୋଇଛି।

ଶୀତଦିନେ ଭାରତର ୭୨ ପ୍ରତିଶତ ବାୟୁ ଉତ୍ତର ପଶ୍ଚିମ ଦିଗରୁ ଆସିଥାଏ। ଏହି ପବନ ସହ ରାଜସ୍ଥାନ, ପାକିସ୍ତାନ ଓ ଆଫଗାନିସ୍ତାନର ଧୂଳି ମାଟି ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚିଛି। ସେହିପରି ଥର୍ମାଲ ଇନଭର୍ସନ ଯୋଗୁଁ ବାୟୁମଣ୍ଡଳର ଉପର ସ୍ତରକୁ ପ୍ରଦୂଷଣ ବ୍ୟାପିନଥାଏ । ତେଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe