କଂଗ୍ରେସ-ବିଜେପି ମୁହାଁମୁହିଁ; ଷଡ଼ଯନ୍ତ୍ର ପଛରେ ସୋନିଆଙ୍କ ହାତ: ବିଜେପି

Advertisment

ବିଜେପି ମୃତ ଲୋକଙ୍କୁ ବି ଛାଡ଼ୁନି: କଂଗ୍ରେସ

ବିଜେପି ମୃତ ଲୋକଙ୍କୁ ବି ଛାଡ଼ୁନି: କଂଗ୍ରେସ

କ୍ଷମତାର ଅପବ୍ୟବହାର କରୁଥିବା ବ୍ୟକ୍ତିମାନେ ପ୍ରକୃତ ଦେଶବିରୋଧୀ: ସୋନିଆ

Image Courtesy of NDTV

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏସ୍‌ଆଇଟି ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ତୀବ୍ର କଥା କଟାକଟି ଆରମ୍ଭ ହୋଇଛି। ବିଜେପି କହିଛି ଦଙ୍ଗା ମାମଲାରେ ମୋଦୀଙ୍କୁ ଫସାଇବାପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା ତାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏସ୍‌ଆଇଟି ସତ୍ୟପାଠ ନେଇ କଂଗ୍ରେସ ବିରୋଧରେ ବର୍ଷିଛନ୍ତି।

ସମ୍ବିତ କହିଛନ୍ତି, ସୋନିଆଙ୍କ ପୂର୍ବତନ ରାଜନୈତିକ ପରାମର୍ଶଦାତା ସ୍ବର୍ଗତ ଅହମଦ ପଟେଲ କେବଳ ଏକ ମାଧ୍ୟମ ଥି‌ଲେ। ଗୁଜରାଟରେ ବିଜେପି ସରକାର ଭାଙ୍ଗିବା ଏବଂ ମୋଦୀଙ୍କ ରାଜ‌ନୈତିକ କ୍ୟାରିୟର ନଷ୍ଟ କରିବା ପାଇଁ ଏହା ସୋ‌ନିଆଙ୍କର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି। ଉକ୍ତ ପ୍ରସଙ୍ଗରେ ସୋନିଆ ସାମ୍ବାଦିକ ସମ୍ମିଳନୀ କରି ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସମ୍ବିତ କହିଛନ୍ତି, ମୋଦୀଙ୍କୁ ମିଥ୍ୟା ମାମଲାରେ ଫସାଇବା ଏବଂ ନିଜ ପୁଅ ରାହୁଲ ଗାନ୍ଧିଙ୍କୁ ଆଗକୁ ନେବାପାଇଁ ସୋନିଆ ଏଭଳି ଷଡ଼ଯନ୍ତ୍ର କରିଥିଲେ। ତିସ୍ତା ‌ଶୀତଲୱାଡ଼ଙ୍କୁ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରରେ ଜାତୀୟ ଉପଦେଷ୍ଟା କମିଟିର ସଦସ୍ୟ କରାଯାଇଥିଲା ଏବଂ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସୋନିଆ ତାଙ୍କ କାମରେ ଖୁସି ଥିବାରୁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ବାସ୍ତବରେ ପଟେଲ୍‌ ହେଉଛନ୍ତି କେବଳ ଏକ ମାଧ୍ୟମ ଏବଂ ଷଡ଼ଯନ୍ତ୍ର ପଛରେ ସୋନିଆ ହିଁ ଥିଲେ ବୋଲି ସମ୍ବିତ ପାତ୍ର ଦାବି କରିଛନ୍ତି।

ତେବେ କଂଗ୍ରେସ ଗୁଜରାଟ ପୁଲିସର ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି କହିଛି। କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛି। ପଟେଲଙ୍କୁ ସମର୍ଥନ କରି କଂଗ୍ରେସ ଏକ ବିବୃତ୍ତି ଜାରି କରି କହିଛି, ୨୦୦୨ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଦଙ୍ଗା ହୋଇଥିଲା। ଏଭଳି ସାମ୍ପ୍ରଦାୟିକ ଦଙ୍ଗାରୁ ମୋଦୀ ନିଜକୁ ‌ଦୋଷମୁକ୍ତ କରିବାପାଇଁ ପଟେଲଙ୍କୁ ଏଥିରେ ସାମିଲ କରିବା ତାଙ୍କର ଏକ ବ୍ୟବସ୍ଥିତ ରଣନୀତି। ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ପ୍ରତିଶୋଧ ମେସିନ୍‌ ମୃତ ବ୍ୟକ୍ତିଙ୍କୁ ବି ଛାଡ଼ୁନାହିଁ। ଏସ୍‌ଆଇଟି ଏହାର ରାଜନୈତିକ ମାଷ୍ଟରଙ୍କ ନିର୍ଦ୍ଦେଶରେ କାମ କରୁଛି ବୋଲି କଂଗ୍ରେସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe