କଂଗ୍ରେସର ବିହାର ପ୍ରଦର୍ଶନ ପଶ୍ଚିମବଙ୍ଗ ଓ ତାମିଲନାଡୁ ପାଇଁ ସତର୍କଘଣ୍ଟି

Advertisment
କଂଗ୍ରେସର ବିହାର ପ୍ରଦର୍ଶନ ପଶ୍ଚିମବଙ୍ଗ ଓ ତାମିଲନାଡୁ ପାଇଁ ସତର୍କଘଣ୍ଟି

Image Courtesy of NDTV

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ଅନ୍ୟ ରାଜ୍ୟମାନଙ୍କରେ କଂଗ୍ରେସର ମେଣ୍ଟ ରକ୍ଷା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗାମୀ ଦିନରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଞ୍ଚଳିକ ଦଳମାନଙ୍କ ସହ କଂଗ୍ରେସର ମେଣ୍ଟକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିହାରରେ କଂଗ୍ରେସ ଯେଉଁଭଳି ଭାବେ ଶୋଚନୀୟ ପ୍ରଦର୍ଶନ କରିଛି ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ ଗଠନ କରିବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ବାମଦଳ ଏବଂ ତାମିଲନାଡୁରେ ଡିଏମ୍‌କେ ସହ କଂଗ୍ରେସ ମେଣ୍ଟ ଗଠନ କରିବ ବୋଲି ପୂର୍ବରୁ ଆପାତତଃ ସ୍ଥିର ହୋଇସାରିଛି। ମାତ୍ର ବିହାର ପ୍ରଦର୍ଶନ ପରେ ସମ୍ପୃକ୍ତ ଆଞ୍ଚଳିକ ଦଳମାନେ କଂଗ୍ରେସ ସହ ମେଣ୍ଟ କରିବେ କି ନାହିଁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କଂଗ୍ରେସ ପାଇଁ ବିହାରରେ ମହାମେଣ୍ଟକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ବିହାରରେ ୭୦ ଆସନରେ ଲଢି କଂଗ୍ରେସ ମାତ୍ର ୧୯ଟି‌ରେ ବିଜୟୀ ହୋଇଛି। କଂଗ୍ରେସର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମହାମେଣ୍ଟ ସର୍ବାଧିକ କ୍ଷତି ସହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ କରିବାକୁ ଆଞ୍ଚଳିକ ଦଳମାନେ କିଭଳି ପ୍ରସ୍ତୁତ ହେବେ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

୨୦୧୭ରେ କଂଗ୍ରେସ ଉତ୍ତରପ୍ରଦେଶ‌ରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ସଫଳତା ହାସଲ କରି ପାରି ନଥିଲା। ସେହି ନିର୍ବାଚନରେ କଂଗ୍ରେସ ୧୧୪ ଆ‌ସନରୁ ଲଢ଼େଇ କରି ମାତ୍ର ୭ଟିରେ ବିଜୟୀ ହୋଇଥିଲା। ସେହିଭଳି ୨୦୧୮ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ୧୪୭ ଆସନରେ ଲଢ଼ି ୪୪ଟିରେ ବିଜୟୀ ହୋଇଥିଲା। ବିହାରର ନୈରାଶ୍ୟଜନକ ଫଳାଫଳ କଂଗ୍ରେସ ମେଣ୍ଟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe