ଅର୍ଣ୍ଣବଙ୍କ ହ୍ବାଟ୍‌ସଆପ୍‌ ବାର୍ତ୍ତାଳାପର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ଜାତୀୟ ସୁରକ୍ଷା ସହ ସାଲିସ୍‌ ହୋଇଛି

ଅର୍ଣ୍ଣବଙ୍କ ହ୍ବାଟ୍‌ସଆପ୍‌ ବାର୍ତ୍ତାଳାପର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଶୁକ୍ରବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍‌ଲ୍ୟୁସି)ର ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ତିନିଟି ପ୍ରସଙ୍ଗ ଉପରେ ସଂକଳ୍ପ ପାରିତ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ଚାଷୀ ଆନ୍ଦୋଳନ, କୋଭିଡ୍‌ ଟିକା ଓ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ହ୍ବାଟ୍‌ସଆପ୍‌ ବାର୍ତ୍ତାଳାପର ପ୍ରଘଟ ଘଟଣା ଆଦି ରହିଛି। ସେହିପରି ଖୁବ୍‌ କମ୍‌ ସମୟ ଭିତରେ ଦେଶର ବୈଜ୍ଞାନିକମାନେ କୋଭିଡ୍‌ ଟିକା ବିକଶିତ କରିପାରିଥିବାରୁ ଦଳ ପକ୍ଷରୁ ସାଧୁବାଦ ଜଣାଯିବା ସହ ଦେଶବାସୀ ଏହି ଟିକା ବିନା ଦ୍ବିଧାରେ ଗ୍ରହଣ କରିବା ଲାଗି ଆଗେଇ ଆସିବାକୁ ଆହ୍ବାନ କରାଯାଇଛି।

ପାରିତ ହୋଇଥିବା ତୃତୀୟ ସଂକଳ୍ପ ଅନୁଯାୟୀ, ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଓ ବ୍ରୋଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌(ବାର୍କ)ର ପ୍ରାକ୍ତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ଉଦ୍ଦେଶ୍ୟମୂଳକ ହ୍ବାଟ୍‌ସଆପ୍‌ ବାର୍ତ୍ତାଳାପର ତଦନ୍ତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ବାରା କରାଇବାକୁ ଦଳ ଦାବି କରିଛି। ସେମାନଙ୍କ ବାର୍ତ୍ତାଳାପର ପ୍ରଘଟ ଦ୍ବାରା ଜାତୀୟ ସୁରକ୍ଷା ସହ କିପରି ସାଲିସ କରାଯାଇଛି, ତାହା ସହଜରେ ଅନୁମେୟ ବୋଲି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଥିଲେ। ଦେଶର ସୁରକ୍ଷା ବାହିନୀର କୌଣସି ପ୍ରକାର ସାମରିକ କାର୍ଯ୍ୟକଳାପର ଗୋପନୀୟତା ପ୍ରକାଶ କରିବା ହିଁ ଦେଶ ପ୍ରତି ଧୋକା ସହ ସମାନ। ତଥାପି ସରକାର ଏ ବିଷୟରେ ନିରବ ରହିବା ଚିନ୍ତାଜନକ। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଜେପିସି ତଦନ୍ତ ଅପରିହାର୍ଯ୍ୟ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe