image source--india today
ନୂଆଦିଲ୍ଲୀ: କଂଗ୍ରେସକୁ ସଠିକ୍ ମାର୍ଗରେ ନେବା ପାଇଁ ଦଳ ଜଣେ ସ୍ଥାୟୀ ସଭାପତି ଆବଶ୍ୟକ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶୀ ଥରୁର୍ କହିଛନ୍ତି। ସୋନିଆ ଗାନ୍ଧିଙ୍କୁ ମଧ୍ୟବର୍ତ୍ତୀକାଳୀନ ଅସ୍ଥାୟୀ ସଭାପତି ପଦରେ ଅଧିକ ଦିନ ରଖାଯିବା ଠିକ୍ ନୁହେଁ। ଦଳକୁ ଦକ୍ଷତାର ସହ ପରିଚାଳନା କରିବାକୁ ହେଲେ ଜଣେ ସ୍ଥାୟୀ ସଭାପତି ଜରୁରୀ ବୋଲି ଥରୁର୍ କହିଛନ୍ତି। ଗତବର୍ଷ ଅଗଷ୍ଟ ୧୦ରେ ସୋନିଆ ଗାନ୍ଧି ଦଳର ମଧ୍ୟବର୍ତ୍ତୀକାଳୀନ ଅସ୍ଥାୟୀ ସଭାପତି ଦାୟିତ୍ବ ନେଇଥିଲେ।
ସୋନିଆ ଅସ୍ଥାୟୀ ଭାବେ ଦଳର ନେତୃତ୍ବ ନେବାକୁ ଏହା ମଧ୍ୟରେ ବର୍ଷେ ପୂରିଗଲାଣି। ମାତ୍ର ସୋନିଆ ଅସ୍ଥାୟୀ ଭାବେ ଏ ଦାୟିତ୍ବ ତୁଲାଇବା ଦଳ ପାଇଁ ଲାଭଦାୟକ ହୋଇନାହିଁ। ଦଳ ଜଣେ ପୂର୍ଣ୍ଣକାଳୀନ ସ୍ଥାୟୀ ସଭାପତି ଆବଶ୍ୟକ କରୁଛି ବୋଲି ଥରୁର କହିଛନ୍ତି। ଅପରପକ୍ଷେ, ଦଳର ନେତୃତ୍ବ ନେବା ପାଇଁ ରାହୁଲ ଗାନ୍ଧି ଯୋଗ୍ୟ ଏବଂ ଦକ୍ଷ ବୋଲି ଥରୁର୍ ପୂର୍ବରୁ କହିଥିଲେ। କଂଗ୍ରେସ ନେତୃତ୍ବ ପ୍ରସଙ୍ଗରେ ସ୍ବଚ୍ଛତା ଅବଲମ୍ବନ କରିବା ଉପରେ ଥରୁର୍ ଗୁରୁତ୍ବାରୋପ କରିଛନ୍ତି। କଂଗ୍ରେସର ଏକ ଗୋଷ୍ଠୀ ରାହୁଲ ଗନ୍ଧିଙ୍କ ନେତୃତ୍ବକୁ ସମର୍ଥନ କରି ସେ ପୁନର୍ବାର ନେତୃତ୍ବ ନିଅନ୍ତୁ ବୋଲି ଚାହୁଁଛନ୍ତି। ଏଭଳି ସ୍ଥଳେ ଥରୁରଙ୍କ ଏ ବୟାନ ବେଶ୍ ଗୁରୁତ୍ବ ବହନ କରୁଛି।
Follow Us