Vijaya Karnataka
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି ହୋଇଛି। ଅମରାବତୀରେ ଆଜି ଲକ୍ଡାଉନ୍ ଘୋଷଣା ହୋଇଛି। ଶନିବାର ସକାଳ ୮ଟାରୁ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ ଏବଂ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ବଜାର ଏବଂ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଶୈଳେଶ ନଭାଲ୍ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, ହଠାତ୍ ସଂକ୍ରମଣ ବଢ଼ିବାରୁ ସପ୍ତାହାନ୍ତ ଲକ୍ଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି।
କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ୫ ଜଣ ଲୋକ ରହିବାପାଇଁ ଅନୁମତି ମିଳିବ । ସେହିପରି ୟବତମାଲ୍ରେ ମଧ୍ୟ କଟକଣା କଡ଼ାକଡ଼ି କରାଯାଇଛି ଏବଂ ଆଜିଠାରୁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଅମରାବତୀରେ ଗତକାଲି ୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ହଠାତ୍ ଆଜି ୨୩୦ ସଂକ୍ରମଣ ମାମଲା ଚିହ୍ନଟ ହେବାରୁ ଅମରାବତୀରେ ଲକ୍ଡାଉନ୍ ଘୋଷଣା ହୋଇଛି। ସେହିପରି ବିଦର୍ଭରେ କିଛି ଜିଲ୍ଲାରେ ମଧ୍ୟ ସଂକ୍ରମଣ ବଢ଼ିଛି। ମହାରାଷ୍ଟ୍ରରେ ଗତକାଲି ୪,୭୮୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା।
Follow Us