କରୋନା ମୃତ୍ୟୁ ବିବାଦ ଥମୁନି: ବାସ୍ତବତାଠାରୁ ୨୪ ଗୁଣା କମ୍ ଦର୍ଶାଇଛି ମଧ୍ୟ ପ୍ରଦେଶ

Advertisment

ଆନ୍ଧ୍ର ପ୍ରଦେଶରେ ୧୮ ଗୁଣା କମ୍‌, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଜିଲ୍ଲାରେ ଅଧିକ ପାର୍ଥକ୍ୟ

ଆନ୍ଧ୍ର ପ୍ରଦେଶରେ ୧୮ ଗୁଣା କମ୍‌, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଜିଲ୍ଲାରେ ଅଧିକ ପାର୍ଥକ୍ୟ

ୟୁରୋପ୍‌ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍‌ ସଂକ୍ରମଣ କମୁଛି

ABC News

ନୂଆଦିଲ୍ଲୀ: ଦେଶରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାକୁ ଅଧିକାଂଶ ରାଜ୍ୟ ଠିକ୍‌ ଭାବେ ଦର୍ଶାଉନାହାନ୍ତି। ଗତବର୍ଷ ପ୍ରଥମ ଲହର ଏବଂ ଚଳିତବର୍ଷର ଦ୍ବିତୀୟ ଲହର ସମୟରେ ଅନେକ ପରିବାରର ଏକାଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଲେ। ଶ୍ମଶାନରେ ଏତେ ସଂଖ୍ୟକ ଶବ ପହଞ୍ଚିଲା ଯେ ଦାହ କରିବାକୁ ଜାଗା ମିଳିଲା ନାହିଁ। ଏପରିକି ଉତ୍ତର ଭାରତରେ ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବା ଦେଶବାସୀ ଦେଖିବାକୁ ପାଇଲେ। ଅକ୍ସିଜେନ୍ ଅଭାବ ହେଉ କିମ୍ବା କରୋନାର କୋପରେ ଲୋକମାନେ ଯେଉଁସଂଖ୍ୟାରେ ମରିଲେ ତାହାର ବାସ୍ତବ ରିପୋର୍ଟ ସରକାରଙ୍କ ରିପୋର୍ଟରେ ପ୍ରତିଫଳିତ ହେଲାନାହିଁ। ଯାହାକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶ୍ନ ଉଠିଲା। ଏହାପରେ ଅଡିଟ୍ ହେଲା। ବିହାର ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଅଡିଟ୍ ପରେ କରୋନା ମୃତ୍ୟୁସଂଖ୍ୟା ବହୁଗୁଣ ଅଧିକ ଥିବା ଜଣାପଡ଼ିଲା। ସେହିଭଳି ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେବଳ ଅଳ୍ପ କେତୋଟି ରାଜ୍ୟ ନୁ‌ହଁନ୍ତି ପ୍ରାୟ ଅଧିକାଂଶ ରାଜ୍ୟରେ ଏଭଳି ଗଫଲତି ଦେଖିବାକୁ ମିଳିଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ଯାହା ଦର୍ଶାଯାଇଛି ତାହା ତୁଳନାରେ ବହୁ ଅଧିକ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି।

ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ୮୦୬୮ ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଏଠାରେ ୧ ଲକ୍ଷ ୯୨ ହଜାର ୪ ଜଣ ମୃତ୍ୟୁବରଣ କରିଛନ୍ତି। ଅର୍ଥାତ ସରକାରୀ ଭାବେ ଘୋଷିତ ମୃତ୍ୟୁସଂଖ୍ୟା ତୁଳନାରେ ୨୪ ଗୁଣା ଅଧିକ ମୃତ୍ୟୁ ଏହି ରାଜ୍ୟରେ ହୋଇଛି। ‌ସେହିଭଳି ଆନ୍ଧ୍ର ପ୍ରଦେଶରେ କୋଭିଡ-୧୯ ମୃତ୍ୟୁସଂଖ୍ୟା ସରକାରୀଭାବେ ୧୦୯୩୦ ରହିଛି। କିନ୍ତୁ ବାସ୍ତବ ମୃତ୍ୟୁ ହେଲା ୧ ଲକ୍ଷ ୯୫ ହଜାର ୪୨୨। ଅର୍ଥାତ୍ ସରକାରୀ ସଂଖ୍ୟା ତୁଳନାରେ ୧୮ ଗୁଣା ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିଭଳି ରାଜସ୍ଥାନ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ମଧ୍ୟ କରୋନା ମୃତ୍ୟୁସଂଖ୍ୟା ସରକାରୀ ସଂଖ୍ୟା ତୁଳନାରେ ବହୁ ଅଧିକ ରହିଛି। ରାଜସ୍ଥାନରେ ସରକାରୀ ଭାବେ ୮୩୮୫ ଜଣ କରୋନାରେ ପ୍ରାଣ ହରାଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏଠାରେ ୪୫ ହଜାର ୮୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ତାମିଲନାଡ଼ୁରେ ୩୫ ହଜାର ୮୭ ଜଣଙ୍କର ଜୀବନ କରୋନା ନେଇଥିବା ସରକାରୀ ଭାବେ ଉଲ୍ଲେଖ କରାଯାଇଛି। କିନ୍ତୁ ବାସ୍ତବ ମୃତ୍ୟୁ ୧ ଲକ୍ଷ ୫୪ ହଜାର ୯୬୫ ରହିଛି।

ସୂଚନା ମୁତାବକ ଦେଶରେ କରୋନା ମହାମାରୀ ଗତବର୍ଷ ଏପ୍ରିଲରେ ରାଜସ୍ଥାନକୁ ଆସିଥିଲା। ତେଣୁ ୨୦୨୦ ଏପ୍ରିଲରୁ ୨୦୨୧ ମେ ମାସ ମଧ୍ୟରେ ରାଜସ୍ଥାନରେ ୪୫୦୮୮ ଜଣଙ୍କର ମୃତ୍ୟୁ ହୋଇଥିବା ଜନ୍ମମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥାରୁ ଜଣାଯାଇଛି। କିନ୍ତୁ ସରକାରୀ ଭାବେ ଏହି ସମୟ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୩୮୫ ଦର୍ଶାଯାଇଛି। ଅର୍ଥାତ୍ ସରକାରୀ ଭାବେ ଦର୍ଶାଯାଇଥିବା ମୃତ୍ୟୁ ତୁଳନାରେ ୫.୪ ଗୁଣ ଅଧିକ ମୃତ୍ୟୁ ଏହି ‌ରାଜ୍ୟରେ ହୋଇଛି। ବିଶେଷକରି ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ହୋଇଥିବା ଅତ୍ୟଧିକ ମୃତ୍ୟୁ ଯୋଗୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ‌ତେବେ ଜୁଲାଇ ୨ ତାରିଖ ସୁଦ୍ଧା ରାଜସ୍ଥାନରେ କରୋନାଜନିତ ମୃତ୍ୟୁସଂଖ୍ୟା ସରକାରୀ ଭାବେ ୮୯୭୦ ରହିଛି। ଯଦିଓ ସବୁ ଅଧିକ ମୃତ୍ୟୁ କରୋନାଜନିତ ନୁହେଁ ତଥାପି ଅଧିକାଂଶ ମୃତ୍ୟୁ କରୋନାଜନିତ। ରାଜସ୍ଥାନର ଜିଲ୍ଲାଓ୍ବାରୀ ମୃତ୍ୟୁ ଉପରେ ନଜର ପକାଇଲେ ଏହା ଜଣାଯାଏ ଯେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଜିଲ୍ଲାଗୁଡ଼ିକରେ ସଂଖ୍ୟାକୁ କମ୍ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe