Image Courtesy of New Indian Express
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୭୪ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୧୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୭୪ ଲକ୍ଷ ୩୨ ହଜାର ୬୮୦ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୃତ୍ୟୁହାର ୧.୫୨ ପ୍ରତିଶତକୁ କମିଯାଇଛି। ଆଇସିଏମ୍ଆର ଅନୁଯାୟୀ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଦେଶରେ ମୋଟ୍ ୯ କୋଟି ୩୨ ଲକ୍ଷ ୫୪ ହଜାର ୧୭ ନମୁନା ପରୀକ୍ଷା ହୋଇଛି। ତେବେ ଶୁକ୍ରବାର କେବଳ ୯ ଲକ୍ଷ ୯୯ ହଜାର ୯୦ ନମୁନା ପରୀକ୍ଷା ହୋଇଛି।
Follow Us