jknewspoint.com
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରଖିରୀରେ ଗୋଟିଏ ପରିବାରର ୩ ଭାଇଙ୍କ ମୃତ୍ୟୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଗତ ସପ୍ତାହେ ହେଲା ବ୍ୟବସାୟ କରୁଥିବା ଏହି ତିନି ଭାଇଙ୍କୁ ଜ୍ବର ହୋଇଥିଲା। ସେମାନେ କୋଭିଡ୍ ଟେଷ୍ଟ କରିଥିଲେ। ହେଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଥିଲା। ସେମାନେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲେ ଏବଂ ୨୪ ଘଣ୍ଟା ଭିତରେ ଜଣକ ପରେ ଜଣେ ମୃତ୍ୟୁବରଣ କଲେ। ଏହି ଘଟଣା ପରେ ମୃତକଙ୍କ ପୂରା ପରିବାରକୁ ଆଇସୋଲେସନ୍ରେ ରଖାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଡାକ୍ତରଙ୍କ ସୂଚନା ଅନୁସାରେ, ତିନି ଭାଇଙ୍କ ବୟସ ଯଥାକ୍ରମେ ୪୫, ୫୦ ଏବଂ ୫୩। ସେମାନେ ନିମୋନିଆରେ ପୀଡ଼ିତ ଥିଲେ। ହଠାତ୍ ସେମାନଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଲା। ଶ୍ବାସକଷ୍ଟ ଅନୁଭବ କରିବା ପରେ ଘରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଭାଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ।
Follow Us