ଦିଲ୍ଲୀରେ କରୋନା ସ୍ଥିତି ଅନିୟନ୍ତ୍ରିତ, ପଜିଟିଭ୍‌ ହାର ୫% ଟପିଲା

Advertisment

୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ

୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ

ଦିଲ୍ଲୀରେ କରୋନା ସ୍ଥିତି ଅନିୟନ୍ତ୍ରିତ, ପଜିଟିଭ୍‌ ହାର ୫% ଟପିଲା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ଅନିୟନ୍ତ୍ରିତ ହୋଇଯାଇଛି। ଏଥିପାଇଁ ଦିଲ୍ଲୀରେ କଟକଣା କଡ଼ାକଡ଼ି ହୋଇଛି। ଦିଲ୍ଲୀ ସରକାର ଆଜି ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଦିଲ୍ଳୀରେ ନାଇଟ୍ କର୍ଫ୍ୟୁ ହେବ। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଗତ କିଛି ସପ୍ତାହ ଧରି ଦିଲ୍ଲୀରେ ସଂକ୍ରମଣ ଲଗାତାର ବଢ଼ି ଚାଲିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସବୁଠୁ ଚିନ୍ତାଜନକ ହେଉଛି ଦିଲ୍ଲୀରେ ପଜିଟିଭ୍‌ ହାର ୫ ପ୍ରତିଶତ ଟପିଯାଇଛି।

ସୋମବାର ୩,୫୪୮ ସଂକ୍ରମଣ ମାମଲା ସହ ଦିଲ୍ଲୀର ପଜିଟିଭ୍‌ ହାର ୫.୫୪ ପ୍ରତିଶତ ରହିଛି। ଗତବର୍ଷ ଡିସେମ୍ବର ୨ ପରେ ଏହା ସର୍ବାଧିକ। ପଜିଟିଭ୍‌ ହାର ୫ ପ୍ରତିଶତରୁ ଅଧିକ ରହିଲେ ଏହା ବିପଜ୍ଜନକ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୫ରେ ଦିଲ୍ଲୀରେ ମାମଲା ୩୬୮ ଥିଲା ଏବଂ ପଜିଟିଭ୍‌ ହାର ୦.୬ ପ୍ରତିଶତ ଥିଲା। ସେବେଠାରୁ ଦିଲ୍ଲୀରେ ପଜିଟିଭ୍‌ ହାର ବଢ଼ି ଚାଲିଛି। ମାର୍ଚ୍ଚ ୨୨ରେ ଦିଲ୍ଲୀ ପଜିଟିଭ୍‌ ହାର ୧.୩ ପ୍ରତିଶତ ଥିବା ବେଳେ ଏବେ ଏହା ୫.୫ ପ୍ରତିଶତ ଟପିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe