କରୋନା ଭୂତାଣୁ ପ୍ରାଣୀ ଶରୀରରୁ ବ୍ୟାପିଛି : ହୁ

Advertisment
ବୟସ୍କ ଏବଂ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ୍‌ ବୁଷ୍ଟର ଡୋଜ୍‌ ଆବଶ୍ୟକ: ‘ହୁ’

ବେଜିଙ୍ଗ୍‌: ପରୀକ୍ଷାଗାରରୁ ଲିକ୍ ହୋଇ ବ୍ୟାପିବା ନୁହେଁ, ବାଦୁଡ଼ି କିଂବା ଅନ୍ୟ ପ୍ରାଣୀଙ୍କ ମାଧ୍ୟମରେ କରୋନାଭାଇରସ୍‌ ମାନବ ଶରୀରରେ ପ୍ରବେଶ କରିଥିବାର ମନେହୁଏ ବୋଲି 'କୋଭିଡ୍‌-୧୯'ର ଉତ୍ପତ୍ତି ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଚୀନ୍‌ କରିଥିବା ମିଳିତ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଆଧିକାରୀକ ଭାବେ ପ୍ରକାଶ ପାଇନାହିଁ। ତେବେ ଆନ୍ତର୍ଜାତିକ ଗଣମାଧ୍ୟମରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶିତ ଖବର ଅନୁସାରେ, କୋଭିଡ୍ ଭୂତାଣୁ ପରୀକ୍ଷାଗାର ପ୍ରସ୍ତୁତ ନୁହେଁ ଓ ଏହା କୌଣସି ପରୀକ୍ଷାଗାରରୁ ମାନବ ଶରୀରକୁ ଯାଇନାହିଁ। ଭୂତାଣୁ ବାଦୁଡ଼ି କିମ୍ବା ଅନ୍ୟ ପ୍ରାଣୀର ଶରୀରରୁ ମଣିଷ ଶରୀରକୁ ବ୍ୟାପିଛି। ଅନେକ ବିଶେଷଜ୍ଞଙ୍କ ଅନୁସାରେ, ଏହି ଅଧ୍ୟୟନ ସେତେ ସନ୍ତୋଷଜନକ ହୋଇ ପାରିନାହିଁ। ଏହାର ନିଷ୍କର୍ଷ ଅନେକ ସନ୍ଦେହକୁ ମଧ୍ୟ ଦୂର କରିପାରିନାହିଁ।

ଏହି ରିପୋର୍ଟ ପ୍ରକାଶ ପାଇବାରେ ବାରମ୍ବାର ବିଳମ୍ବ ଘଟୁଥିବାରୁ ସନ୍ଦେହ ହେଉଛି ଯେ, ନିଜ ଉପରୁ ଦୋଷଛଡ଼ାଇବା ଲାଗି ଚୀନ୍‌ ଏହି ରିପୋର୍ଟର ଉପସଂହାରକୁ ଏକ ତରଫା କରୁନାହିଁ ତ ! ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ଅଧିକାରୀ କହିଥିଲେ ଯେ, ଅଳ୍ପ କେତେ ଦିନ ମଧ୍ୟରେ ପ୍ରକାଶନ ପାଇଁ ରିପୋର୍ଟ ପ୍ରସ୍ତୁତ ହୋଇଯିବ। କିନ୍ତୁ, ସମ୍ବାଦ ସରବରାହ ସଂସ୍ଥାନ 'ଏପି' ଜଣେ କୂଟନୀତିଜ୍ଞଙ୍କ ଠାରୁ ସଂଗ୍ରହ କରିଥିବା ଏହି ରିପୋର୍ଟର 'ଡ୍ରାଫ୍‌ଟ୍‌ କପି' ଚୂଡ଼ାନ୍ତ ପର୍ଯ୍ୟାୟର ବୋଲି ଜଣାପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe