Business Insider
ୱାସିଂଟନ୍: ଚୀନ୍ର ଉହାନ୍ ଲ୍ୟାବ୍ରୁ ହିଁ କରୋନା ଭାଇରସ୍ ଲିକ୍ ହୋଇଛି ଏବଂ ଏହି ଲ୍ୟାବ୍ରେ କାମ କରୁଥିବା ଜଣେ ଇଣ୍ଟର୍ନଙ୍କ ଦ୍ବାରା ଭାଇରସ୍ ବ୍ୟାପିଛି ବୋଲି ଆମେରିକା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଉହାନ୍ ଲ୍ୟାବ୍ରୁ ଭାଇରସ୍ ଲିକ୍ ହୋଇଥିବା ନେଇ ଫକ୍ସ ନ୍ୟୁଜ୍ ରିପୋର୍ଟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଏକ ପ୍ରକାର ସ୍ବୀକାର କରିଛନ୍ତି। ଫକ୍ସ ନ୍ୟୁଜ୍ର ଏକ ସ୍ବତନ୍ତ୍ର ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଏହି ଭାଇରସ୍ ଏକ ଜୈବିକ ଅସ୍ତ୍ର ନୁହେଁ କିନ୍ତୁ ଉହାନ୍ ଲାବ୍ରୋଟରିରେ ହିଁ ଏହାର ଅଧ୍ୟୟନ ହୋଇଥିଲା। ନ୍ୟୁଜ୍ ଚ୍ୟାନେଲ୍ରେ କୁହାଯାଇଥିଲା ଯେ ଭାଇରସ୍ର ପ୍ରଥମ ସଂକ୍ରମଣ ବାଦୁଡ଼ିଙ୍କଠାରୁ ମଣିଷଙ୍କୁ ହୋଇଛି। ଲ୍ୟାବ୍ରେ କାମ କରୁଥିବା ଜଣେ କର୍ମଚାରୀ ହିଁ ପ୍ରଥମେ ଭାଇରସ୍ ସଂକ୍ରମିତ ହେବାପରେ ଏହା ଲ୍ୟାବ୍ ବାହାରେ ସାଧାରଣ ଲୋକଙ୍କୁ ବ୍ୟାପିଲା। ଉହାନ୍ର ଏକ ଆମିଷ ବଜାରରୁ ଭାଇରସ୍ ବ୍ୟାପିଥିଲା ବୋଲି ଚୀନ୍ କହିଥିଲା। କିନ୍ତୁ ଫକ୍ସ ନ୍ୟୁଜ୍ ପକ୍ଷରୁ କୁହାଯାଇଛି ଏହି ବଜାରରେ କେବେ ବି ବାଦୁଡ଼ି ବିକ୍ରି କରାଯାଇ ନାହିଁ। ଚୀନ୍ ଲାବ୍ରୋଟରିରୁ ନଜର ହଟାଇବାପାଇଁ ଏଭଳି ଦାବି କରିଛି। ସିସିପି (ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି) କେବଳ ଆମେରିକାଠାରୁ ନିଜକୁ ଅଧିକ ଶକ୍ତିଶାଳୀ ବିଚେଚିତ କରିବାପାଇଁ ଏବଂ ଭାଇରସ୍କୁ ଚିହ୍ନଟ କରିବା ଏବଂ ଭାଇରସ୍ ସହ ଲଢ଼ିବାପାଇଁ ଚୀନ୍ ଆମେରିକା ସହ ସମକକ୍ଷ କିମ୍ବା ଏହାଠାରୁ ଅଧିକ କ୍ଷମତାସମ୍ପନ୍ନ ବୋଲି ଜାଣିବାପାଇଁ ଲ୍ୟାବ୍ରେ ଏହି ଭାଇରସ୍ର ଅଧ୍ୟୟନ କରିଥିଲା। ସୁରକ୍ଷା ଅଭାବରୁ ଉହାନ୍ର ଏହି ଭୂତାଣୁବିଜ୍ଞାନ ଲ୍ୟାବ୍ର ଜଣେ ଇଣ୍ଟର୍ନ ପ୍ରଥମେ ଭାଇରସ୍ ସଂକ୍ରମିତ ହୋଇଥିଲେ। ଏହାପରେ ସେ ତାଙ୍କ ବୟଫ୍ରେଣ୍ଡ୍ଙ୍କୁ ସଂକ୍ରମିତ କରିଥିଲେ ଏବଂ ପରେ ଉହାନ୍ ଆମିଷ ବଜାରକୁ ଯାଇଥିଲେ। ପରେ ସେହି ବଜାରରୁ ଭାଇରସ୍ ବ୍ୟାପିଥିଲା। ଫକ୍ସ ନ୍ୟୁଜ୍ ଚ୍ୟାନେଲ୍ର ଏହି ରିପୋର୍ଟକୁ ରାଷ୍ଟ୍ରପତି ଗ୍ରହଣ କରିନାହାନ୍ତି କି ପ୍ରତ୍ୟାଖ୍ୟାନ କରିନାହାନ୍ତି।
Follow Us