ଐତିହାସିକ ୧୦୦ତମ ମିସନ୍‌ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଇସ୍ରୋର ୧୦୦ତମ ମିସନ କ’ଣ?

Advertisment

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ଡିସେମ୍ବରରେ ୩୦ ନାନୋ ସାଟେଲାଇଟ୍‌ ସହ କାର୍ଟୋଷ୍ଟାଟ୍‌-ଟୁ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଇସ୍ରୋର ନୂତନ ଅଧ୍ୟକ୍ଷ ଭି ନାରାୟଣନଙ୍କ ଅଧୀନରେ ପ୍ରଥମ ଅଭିଯାନ ଜିଏସ୍‌ଏଲ୍‌ଭି ରକେଟ୍‌ରେ ନେଭିଗେସନ୍ ଉପଗ୍ରହର ଉତ୍‌କ୍ଷେପଣ ବୁଧବାର ସକାଳେ ହେବ। ନାରାୟଣନ ଜାନୁଆରି ୧୩ରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସ୍ୱଦେଶୀ କ୍ରାୟୋଜେନିକର ଉପର ପର୍ଯ୍ୟାୟରେ ଥିବା ଜିଓସିଙ୍କ୍ରୋନସ୍ (ଭୂସ୍ଥିର)ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଜିଏସ୍ଏଲ୍‌ଭି) ଏହାର ୧୭ଶ ଉଡ଼ାଣରେ ନେଭିଗେସନ୍ ସାଟେଲାଇଟ୍ ଏନ୍‌ଭିଏସ୍-୦୨କୁ ନେଇ ଜାନୁଆରି ୨୯ ତାରିଖ ସକାଳ ୬ଟା ୨୩ରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଛି। ଉଡ଼ାଣ ସମୟର ୨୭ ଘଣ୍ଟା ପୂର୍ବରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।

ଇସ୍ରୋର ୧୦୦ତମ ମିସନ କ’ଣ?
ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଇସ୍ରୋ ନିଜର ଐତିହାସିକ ୧୦୦ତମ ଅଭିଯାନରେ ଉତ୍‌କ୍ଷେପଣ କରୁଥିବା ନେଭିଗେସନ ଉପଗ୍ରହ ଏନ୍‌ଭିଏସ୍‌-୦୨ ଭାରତୀୟ ଉପମହାଦେଶ ତଥା ଭାରତୀୟ ଭୂପୃଷ୍ଠଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ସଠିକ୍ ସ୍ଥିତି, ବେଗ ଓ ସମୟ ପ୍ରଦାନ କରିବ। ଇସ୍ରୋ ଅନୁଯାୟୀ, ଉପଗ୍ରହର ସେବା ସ୍ଥଳୀୟ, ଆକାଶମାର୍ଗ ଓ ସାମୁଦ୍ରିକ ନେଭିଗେସନ୍, ନିର୍ଦ୍ଦିଷ୍ଟ କୃଷି, ଫ୍ଲିଟ୍ ମ୍ୟାନେଜମେଣ୍ଟ, ମୋବାଇଲ୍ ଡିଭାଇସରେ ଅବସ୍ଥାନ ଭିତ୍ତିକ ସେବା, ଉପଗ୍ରହର କକ୍ଷପଥ ନିର୍ଦ୍ଧାରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଆଧାରିତ ଆପ୍ଲିକେସନ୍, ଜରୁରିକାଳୀନ ଓ ସମୟଭିତ୍ତିକ ସେବା ପ୍ରଦାନରେ ବ୍ୟବହାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe