ମ‌‌ନମୋହନ ସିଂହଙ୍କ ନିକଟରେ ଦେଶ ଋଣୀ: ଗଡ଼କରୀ

ଉଦ୍ଧବଙ୍କ ଅଫରକୁ ନେଇ ଏଭଳି କହିଲେ ନିତିନ ଗଡ଼କରୀ

Image Courtesy of Zee News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଆଜି ପ୍ରଶଂସା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀ। ଅର୍ଥନୈତିକ ସଂସ୍କାର ପାଇଁ ଦେଶ ମନମୋହନ ସିଂହଙ୍କ ନିକଟରେ ଋଣୀ ବୋଲି କହିଛନ୍ତି। ଦେଶର ଅର୍ଥମନ୍ତ୍ରୀ ଭାବେ ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର ଭାରତକୁ ନୂଆ ଦିଶା ଦେଇଥିଲା। ଭାରତ ଉଦାର ଅର୍ଥନୀତିକୁ ଆପଣାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆର୍ଥିକ ଉଦାରୀକରଣ ଯୋଗୁ ଗଡ଼କରୀ ମହାରାଷ୍ଟ୍ରର ମନ୍ତ୍ରୀ ଥିବା ସମୟରେ ସଡ଼କ ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ କରିପାରିଥିଲେ ବୋଲି ସ୍ବୀକାର କରିଛନ୍ତି।

ଦେଶର ବିକାଶରେ ଉଦାରୀକରଣ କିଭଳି ସହାୟକ ହୋଇଥାଏ ତାହାର ଏକ ଉତ୍କୃଷ୍ଟ ଉଦାହରଣ ଚୀନ। ଭାରତର ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ଲାଗି ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ତାଙ୍କ ମନ୍ତ୍ରାଳୟ ୨୬ଟି ସବୁଜ ରାଜପଥ ନିର୍ମାଣ କରୁଛି ଏବଂ ଏଥିପାଇଁ ସେ ଅର୍ଥ ଅଭାବର କୌଣସି ସମ୍ମୁଖୀନ ହେଉନାହାନ୍ତି। ସଂପ୍ରତି ଜାତୀୟ ରାଜପଥଗୁଡ଼ିକରୁ ବାର୍ଷିକ ଟୋଲ୍ ଆଦାୟ ରାଶି ୪୦ ହଜାର କୋଟି ଟଙ୍କା ଥିବାବେଳେ ୨୦୨୪ ଶେଷ ସୁଦ୍ଧା ଏହା ୧ ଲକ୍ଷ ୪୦ ହଜାର କୋଟିରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe