ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇଛି: ଅକ୍ସିଜେନ୍‌ ବେଡ୍‌ ୭ ଗୁଣା, ଆଇସିୟୁ ବେଡ୍‌ ୪୪ ଗୁଣା ବୃଦ୍ଧି

ସୁପ୍ରିମକୋର୍ଟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶା ସରକାର-ଜେଏସଡବ୍ଲୁ ଟିକସ ବିବାଦ

Image Courtesy of NDTV

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ପାଇଁ ଭାରତକୁ ବହୁତ ବଡ଼ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ୁଛି। କୋଭିଡ୍‌ ମହାମାରୀ ଆରମ୍ଭ ସମୟରେ ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଯାହା ଥି‌ଲା ସେଥିରେ ଏବେ ବହୁତ ବଡ଼ ପରିବର୍ତ୍ତନ ଆସିଛି। ଦେଶରେ ପ୍ରଥମ କୋଭିଡ୍ ମାମଲା ଚିହ୍ନଟ ହେବାପରଠାରୁ ଆଜି ସୁଦ୍ଧା ଅକ୍ସିଜେନ୍‌ ବେଡ୍‌ ୭ ଗୁଣା ବୃଦ୍ଧି ହୋଇଛି ଏବଂ ଆଇସିୟୁ ବେଡ୍‌ ୪୪ ଗୁଣା ବୃଦ୍ଧି ହୋଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ଆଜି ସୁପ୍ରିମକୋର୍ଟରେ କୋଭିଡ୍‌ ମୃତ୍ୟୁ ପ୍ରମାଣପତ୍ର ମାମଲାରେ ଏକ ସତ୍ୟପାଠ ଦାଖଲ କରିବା ସମୟରେ ଏହି ସୂଚନା‌ ଦେଇଛନ୍ତି।

ଦେଶରେ କୋଭିଡ୍‌ ଆରମ୍ଭ ହେବା ସମୟରେ ମାତ୍ର ୫୦,୫୮୩ ଅକ୍ସିଜେନ୍‌ ବେଡ୍‌ ଥିଲା। କିନ୍ତୁ ଏବେ ଦେଶରେ ୩,୮୧,୭୫୮ ଅକ୍ସିଜେନ୍‌ ବେଡ୍‌ ରହିଛି। ଦେଶରେ ଆ‌ଇସୋଲେସନ୍‌ ବେଡ୍‌ ସଂଖ୍ୟା ସେ ସମୟରେ ୪୧,୦୦୦ ଥିଲା କିନ୍ତୁ ଏବେ ଏହା ୧୭,୧୭,୨୨୭କୁ ବୃଦ୍ଧି ପାଇଛି। ଆଇସିୟୁ ବେଡ୍‌ ସଂଖ୍ୟା ୨୫୦୦ରୁ ୧,୧୩,୦୩୫କୁ ବୃଦ୍ଧି ପାଇଛି। ପୂର୍ବରୁ ଦେଶରେ ମାତ୍ର ୧୬୩ ଟି କୋଭିଡ୍‌ ଡେଡିକେ‌ଟେଡ୍‌ ହସ୍ପିଟାଲ୍‌ ଥିଲା କିନ୍ତୁ ଏବେ ଏହି ସଂଖ୍ୟା ୪,୦୯୬ରେ ପହଞ୍ଚିଛି। ଦେଶରେ ୭,୯୨୯ ଦ୍ବିତୀୟ ଶ୍ରେଣୀର କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୯,୯୫୪ ଡେଡିକେ‌ଟେଡ୍‌ କୋଭିଡ୍‌ କେୟାର ସେଣ୍ଟର ରହିଛି। ଦେଶରେ ରେଳବାଇ ପକ୍ଷରୁ ୫.୬୦୧ ଆଇସୋଲେସନ କୋଚ୍‌ ସୃଷ୍ଟି କରାଯାଇଥିଲା। ମହାମାରୀ ସମୟ‌ରେ ୧୫୦,୦୦୦ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ଥିଲେ ବୋଲି ସରକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe