times of india
ହାଇଦ୍ରାବାଦ: ଆର୍ଥିକ ସଙ୍କଟ ଯୋଗୁଁ ଆତ୍ମହତ୍ୟା ବଢ଼ୁଛି। ଦେଶର ଅନେକ ସ୍ଥାନରେ ଅନେକ ହୃଦୟବିଦାରକ ଘଟଣା ଘଟୁଛି । ଆଜି ତେଲେଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି ଯାହା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି। ତେଲେଙ୍ଗାନାର ପାଲ୍ବଞ୍ଚରେ ଜଣେ ଦମ୍ପତି ଆର୍ଥିକ ସଙ୍କଟ ପାଇଁ ନିଜ ୨ ଝିଅଙ୍କୁ ପ୍ରଥମେ ନିଆଁ ଲଗାଇ ଦେଇ ପରେ ନିଜେ ଜଳି ଯାଇଛନ୍ତି।
ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ମାନେ ହେଉଛନ୍ତି ବ୍ୟବସାୟୀ ନାଗା ରାମକ୍ରିଷ୍ଣ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ୨ ଯାଆଁଳା ଝିଅଙ୍କ ମଧ୍ୟରୁ ଜଣେ। ଦୁଇ ଯାଆଁଳା ଝିଅଙ୍କ ନାମ ହେଲା ସାହିତି ଏବଂ ସାହିତ୍ୟ।
ସେମାନଙ୍କ ବୟସ ୧୪ ବର୍ଷ। ପୁଲିସ ରାମକ୍ରିଷ୍ଣଙ୍କ ଦ୍ବାରା ଲେଖାଯାଇଥିବା ସୁଇସାଇଡ୍ ନୋଟ୍ରୁ ଜାଣିବାକୁ ପାଇଛି ଯେ ସେ ଅତ୍ୟନ୍ତ ଆର୍ଥିକ ଚାପ ଏବଂ ସମସ୍ୟା ଦେଇ ଗତି କରୁଥିଲେ। ରାମକ୍ରିଷ୍ଣ ମଧ୍ୟ ଜଣେ ରାଜନେତାଙ୍କ ପୁଅର ନାମ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ପୁଲିସ ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ମୃତ୍ୟୁସହ ସଂଘର୍ଷ କରୁଥିବା ଝିଅର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଛି।
Follow Us