Image Courtesy of Hindustan Times
ନୂଆଦିଲ୍ଲୀ: ଆମେରିକାର ମେରିଲିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ସହ ମିଶି ଭାରତର ଅଗ୍ରଣୀ ଟିକା ନିର୍ମାତା କମ୍ପାନି ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏକ କୋଭିଡ୍-୧୯ ଟିକାର ବିକାଶ ଏବଂ ବ୍ୟାବସାୟିକ ପ୍ରସ୍ତୁତି କରିବ ବୋଲି ଜଣାଯାଇଛି। ଉଭୟ କମ୍ପାନି ମଧ୍ୟରେ ଗତ ୩୦ ତାରିଖରେ ସ୍ବାକ୍ଷରିତ ଚୁକ୍ତି ମୁତାବକ ରାଜିନାମା ଅବଧି ଭିତରେ ସମଗ୍ର ଭାରତରେ ଉକ୍ତ ଟିକା ପ୍ରସ୍ତୁତି ଏବଂ ବିତରଣ ପାଇଁ କେବଳ ସିରମ୍ ଇନ୍ଷ୍ଟିଚ୍ୟୁଟ୍କୁ ବିଶେଷ ଅଧିକାର ମିଳିଛି। ସେହିପରି ମହାମାରୀ ସମୟ କାଳ ଭିତରେ ବିଶ୍ବର ଉଚ୍ଚ ବିତ୍ତ ଓ ଉଚ୍ଚ-ମଧ୍ୟବିତ୍ତ ଦେଶ ବ୍ୟତୀତ ଅନ୍ୟ ସମସ୍ତ ରାଷ୍ଟ୍ର ପାଇଁ ମଧ୍ୟ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ଯୋଗାଇପାରିବ ବୋଲି କୁହାଯାଇଛି। ନୋଭାମାକ୍ସ ପକ୍ଷରୁ ବିକାଶ ଚାଲିଥିବା ଉକ୍ତ ଟିକାର ସୀମିତ ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ଆଶାନୁରୂପ ଫଳାଫଳ ମିଳିଛି ବୋଲି କମ୍ପାନି ପକ୍ଷରୁ ଗତ ମଙ୍ଗଳବାର ଘୋଷଣା କରାଯାଇଥିଲା। ଏଥିରେ ଉତ୍ସାହିତ ହୋଇ ଏହାର ଚୂଡ଼ାନ୍ତ ତଥା ତୃତୀୟ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ନୋଭାମାକ୍ସ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବା କହିଛି।
Follow Us