୨୪ ଘଣ୍ଟାରେ ଦେଶରେ ୬୫୬୬ ଟି ନୂଆ ମାମଲା, ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ

Advertisment

୧୩ ସହରରେ ଅବସ୍ଥା ଖରାପ, ମୋଟ ସଂକ୍ରମିତ ୧ ଲକ୍ଷ ୫୮ ହଜାର ପାର୍

୧୩ ସହରରେ ଅବସ୍ଥା ଖରାପ, ମୋଟ ସଂକ୍ରମିତ ୧ ଲକ୍ଷ ୫୮ ହଜାର ପାର୍

୨୪ ଘଣ୍ଟାରେ ଦେଶରେ ୬୫୬୬ ଟି ନୂଆ ମାମଲା, ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ

Image Courtesy of The Hindu

ନୂଆଦିଲ୍ଲୀ: ଭାରତରେ ଏବେ କରୋନାଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟାରେ ଦେଶବ୍ୟାପୀ ୬୫୬୬ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ଏଥିରୁ କେବଳ ମହାରାଷ୍ଟ୍ରରେ ୨୧୯୦ ମାମଲା ରହିଥିବା ଜଣାପଡ଼ିଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭୯୩ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୮୦୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ପୁଣି ଦିନକ ମଧ୍ୟରେ ୧୩୧ ଜଣ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ଅତିକ୍ରାନ୍ତ କରିଯାଇଛି ଏବଂ ସପ୍ତାହକ ମଧ୍ୟରେ ଏହା ଦୁଇ ଲକ୍ଷ ଟପିଯିବ ବୋଲି ଆଶଙ୍କା କରାଯାଉଛି। କରୋନା ଯୋଗୁଁ ଦେଶର ୧୩ଟି ଶହରରେ ସ୍ଥିତି ଅଧିକ ଖରାପ ରହିଛି ବୋଲି ଆଜି ସରକାର କହିଛନ୍ତି। ଏଥିରେ ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ଥାନେ, ପୁନେ, ହାଇଦ୍ରାବାଦ, କୋଲକାତା, ଇନ୍ଦୋର, ଜୟୁପର, ଯୋଧପୁର, ଚେଂଗଲପଟ୍ଟୁ ଓ ତିରୁବଲ୍ଲଭର ସାମିଲ ରହିଛି। ଦେଶର ୭୦ ପ୍ରତିଶତ କରୋନା ମାମଲା ୧୩ଟି ସହରରେ ରହିଥିବାରୁ ମୁକାବିଲା ପାଇଁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶରେ ଆଜି କରୋନା ଆରୋଗ୍ୟ ହାର ୪୨.୭୫ରେ ପହଞ୍ଚିଛି। ଦିଲ୍ଲୀରୁ ଜମ୍ମୁ ଯାଉଥିବା ଇଣ୍ଡିଗୋର ୬ଇ୯୫୫ ବିମାନରେ ଆଜି ୩ ଜଣ କରୋନା ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଏହା ବ୍ୟତୀତ ବେଙ୍ଗାଲୁରୁରୁ ବାଟୁର ଫ୍ଲାଇଟ୍‌ରେ ୬ ଜଣ ଏବଂ ଦିଲ୍ଲୀ-କୋଏମ୍ବାଟୁର ବିମାନରେ ୨ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। କେରଳରେ ଆଜି ୮୪ଟି ନୂଆ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe