ଦେଶରେ ଆରୋଗ୍ୟ ହାର ୯୭.୩୫%

Advertisment
ଆମେରିକାରେ କରୋନା ମୃତ୍ୟୁ: ମୃତକଙ୍କ ମଧ୍ୟରେ ୯୯% ଟିକା ନେଇନଥିବା ଲୋକ

Tribune India

ନୂଆଦିଲ୍ଲୀ : ଦେଶରେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୪୧,୩୮୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୧୨,୫୭,୭୨୦କୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ୪,୧୮,୯୮୭ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୪,୦୯,୩୯୪ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୧.୩୧ ପ୍ରତିଶତ। ଅନ୍ୟପ‌କ୍ଷେ ଆରୋଗ୍ୟ ହାର ୯୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି। ଆଇସିଏମ୍‌ଆର ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ୧୭,୧୮,୪୩୯ ନମୁନା ପରୀକ୍ଷା ହୋଇଛି। ଅନ୍ୟପକ୍ଷେ ଦେଶରେ ମୋଟ୍‌ ଟେଷ୍ଟିଂ ୪୫,୦୯,୧୧,୭୧୨ ରହିଛି।

ଦୈନିକ ପଜିଟିଭ୍‌ ହାର ୨.୪୧ ପ୍ରତିଶତ ରହିଛି। । ଲଗାତାର ୩୧ ଦିନ ଧରି ଦେଶରେ ପଜିଟିଭ୍‌ ହାର ୩ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୨.୧୨ ପ୍ରତିଶତ। ମୋଟ୍‌ ୩,୦୪,୨୯,୩୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୩୪ ପ୍ରତିଶତ ଥିବା ବେଳେ ମୋଟ୍‌ ୪୧.୭୮ କୋଟି ଲୋକ ଟିକା ନେଇ ସାରିଛନ୍ତି। ଭାରତରେ ସଂକ୍ରମଣ ମେ’ ୪ରେ ୨ ‌କୋଟି ଟପିଥିଲା ଏବଂ ଜୁନ୍‌ ୨୩ରେ ସଂକ୍ରମଣ ୩ କୋଟି ଟପିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୦୭ କରୋନା ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୬୫ ଏବଂ କେରଳରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧,୩୦,୯୧୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ତାମିଲନାଡ଼ୁ‌ରେ ୩୩,୮୯ , ଦିଲ୍ଲୀରେ ୨୫,୦୩୯, ଉତ୍ତରପ୍ରଦେଶରେ ୨୨,୭୩୯ଳ ପଶ୍ଚିମବଙ୍ଗରେ ୧୮,୦୨୭ ଏବଂ ପଂଜାବରେ ୧୬,୨୪୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe