ଜନତା କର୍ଫ୍ୟୁକୁ ବର୍ଷେ, ବର୍ଷକ ପରେ ଭାରତରେ ସଂକ୍ରମଣର ଦ୍ବିତୀୟ ଲହର

Advertisment
ଜନତା କର୍ଫ୍ୟୁକୁ ବର୍ଷେ, ବର୍ଷକ ପରେ ଭାରତରେ ସଂକ୍ରମଣର ଦ୍ବିତୀୟ ଲହର

Image Courtesy of Money Control

ନୂଆଦିଲ୍ଲୀ : ଜନତା କର୍ଫ୍ୟୁକୁ ଆଜି ବର୍ଷେ ପୂରିଛି। ୨୦୨୦ ମାର୍ଚ୍ଚ ଆଜିର ଦିନରେ ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୨୨ ତାରିଖ ସନ୍ଧ୍ୟା ୫ଟାରେ ସମସ୍ତ ନାଗରିକ ନିଜ ଘରର ଦ୍ବାରବନ୍ଧ, ବାଲ୍‌କୋନି ଏବଂ ଝରକା ନିକଟରେ ଠିଆ ହୋଇ କରୋନା ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ତାଳି ଓ ଥାଳି ବାଡ଼େଇଥିଲେ। ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ଦେଶରେ ଜନତା କର୍ଫ୍ୟୁକୁ ଆଜି ବର୍ଷେ ପୁରିଥିବାବେଳେ ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପୁଣିଥ‌ରେ କଟକଣା ଲାଗୁ ହୋଇଛି। ପଂଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ କଡ଼ା କଟକଣା ‌ଜାରି ହୋଇଛି। ୨୦୨୦ ମାର୍ଚ୍ଚ ମାସ ଠିକ୍‌ ଆଜିର ଦିନରେ ଦେଶରେ କରୋନା ସଂକ୍ରମଣ ମାମଲା ୩୬୦ ଥିଲା କିନ୍ତୁ ଆଜି ଏହା କୋଟିଏ ୧୬ ଲକ୍ଷ ଟପିଯାଇଛି। ସେହିପରି ଗତବର୍ଷ ଠିକ୍‌ ଆଜିର ଦିନରେ ୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା କିନ୍ତୁ ଆଜି ଏହା ୧୫୯,୯୬୭‌ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe