ଦୈନିକ ମୃତ୍ୟୁ ୪ହଜାର ତଳକୁ ଖସିଲା, ଲଗାତାର ୪ର୍ଥ ଦିନ ପାଇଁ ନୂଆ ମାମଲାଠୁ ଅଧିକ ସୁସ୍ଥ

୨୪ ଘଣ୍ଟାରେ ୩.୨୬ ଲକ୍ଷ ସଂକ୍ରମିତ, ୩,୮୯୦ ମୃତ

ଦ୍ବିତୀୟ ଡୋଜ୍‌ ‌ଟିକା ନେଇଥିବା ୮୭ ହଜାର ସଂକ୍ରମିତ, କେରଳରୁ ୪୬%

image source-New Indian Express

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ପ୍ରକୋପରେ ସମଗ୍ର ଦେଶରେ ହାହାକାର ସ୍ଥିତି ଉପୁଜିଥିବା ବେଳେ କିଛି ଦିନ ହେଲା ନୂତନ ସଂକ୍ରମଣ କମିଆସିବା ଆଶ୍ବସ୍ତି ଆଣିଦେଇଛି। ଅପରପକ୍ଷେ, କ୍ରମାଗତ ୪ର୍ଥ ଦିନ ପାଇଁ ଶୁକ୍ରବାର ସଂକ୍ରମିତଙ୍କ ଅପେକ୍ଷା ଅଧିକ ଆରୋଗ୍ୟଲାଭ କରିବା ମଧ୍ୟ ଆଶ୍ବସ୍ତି ଆଣିଛି। ସେହିପରି ଗୁରୁବାର ଯାଏ ଲଗାତାର ତିନି ଦିନ ଧରି ଦେଶରେ କୋଭିଡ୍‌ ମୃତକଙ୍କ ସଂଖ୍ୟା ୪,୦୦୦ ଉପରେ ରହିବା ପରେ ଆଜି ତାହା ୪ ହଜାର ତଳକୁ ଖସି ଆସିବା ମଧ୍ୟ ଅନ୍ୟତମ ଖୁସି ଖବର ହୋଇଛି।

ଶନିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୩,୨୬,୧୨୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୩,୭୨,୯୦୭ ହୋଇଛି। ସେହିପରି ଏହି ଦିନକ ଭିତରେ ୩,୮୯୦ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ୩.୫୩ ଲକ୍ଷ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ମହାମାରୀରୁ ମୋଟ ୨,୦୪,୩୨,୮୯୮ ଜଣ ପୀଡ଼ିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ତଥାପି ଦେଶରେ ଅଦ୍ୟାବଧି ୩୭,୦୪,୮୯୩ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି। ସେହିପରି କେବଳ ଶୁକ୍ରବାର ୧୬,୯୩,୦୯୩ଟି ନମୁନା ପରୀକ୍ଷଣ ପାଇଁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୩୧,୩୦,୧୭,୧୯୩ଟି ନମୁନା ପରୀକ୍ଷା କରାଯାଇଥିବା ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe