The Indian Express
ଚେନ୍ନାଇ: କୁଖ୍ୟାତ ଚନ୍ଦନ ତସ୍କର ବୀରାପାନ୍ର ଝିଅ ବିଦ୍ୟା ବୀରାପାନ୍ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପି ଉପସଭାପତି ପଦ ଅଳଙ୍କୃତ କରିଛନ୍ତି। ଯେଉଁ ବୀରାପାନ୍ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୁଏ, ସେଇ ବୀରାପାନ୍ର ଝିଅ ଏବେ ତାମିଲନାଡୁ ଯୁବ ବିଜେପିର ଜଣେ ଛାମୁଆଁ ନେତ୍ରୀ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଦିନେ ସମଗ୍ର ପଶ୍ଚିମଘାଟ ପର୍ବତମାଳାରେ ଆତଙ୍କ ରଚିଥିବା ବୀରାପାନର ନାଁରେ ୧୫୦ରୁ ଊର୍ଦ୍ଧ୍ବ ନରହତ୍ୟା ମାମଲା ରହିଛି।
ଏହା ସହିତ ଚନ୍ଦନକାଠ ଚୋରାଚାଲାଣ କରି ବୀରାପାନ କୁଖ୍ୟାତ ହୋଇ ଯାଇଥିଲା। ୨୦୦୪ରେ ପୁଲିସ ଗୁଳିରେ ବୀରାପାନର ମୃତ୍ୟୁ ହୋଇଥିଲା। ତେବେ ବୀରାପାନର ୨୯ ବର୍ଷୀୟା ଝିଅ ବିଦ୍ୟା ବୀରାପାନ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପିର ଉପ ସଭାପତି ପଦ ସମ୍ଭାଳିଛନ୍ତି। ପୂର୍ବରୁ ବିଦ୍ୟା କ୍ରିଷ୍ଣଗିରିରେ ‘ସ୍କୁଲ୍ ଫର କିଡ୍ସ’ ନାମରେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।
Follow Us