ବାପାଙ୍କ କଂପାନିକୁ ସମ୍ଭାଳିବେ ଝିଅ

ବାପାଙ୍କ କଂପାନିକୁ ସମ୍ଭାଳିବେ ଝିଅ

ନୂଆଦିଲ୍ଲୀ : ପାଣି ବୋତଲ ଜଗତର ଚର୍ଚ୍ଚିତ ନାମ ବିସ୍‌ଲେରିକୁ ବିକ୍ରି କରିବା ଲାଗି ଏହାର ମାଲିକ ରମେଶ ଚୌହ୍ବାନ ଉଦ୍ୟମ କରି ବିଫଳ ହେବା ପରେ କଂପାନିର ମଙ୍ଗ ସମ୍ଭାଳିବାକୁ ତାଙ୍କ ଝିଅ ଜୟନ୍ତୀ ଚୌହ୍ବାନ ଆଗେଇ ଆସିଛନ୍ତି। କଂପାନି ଆଉ ବିକ୍ରି ହେବନି। ଜୟନ୍ତୀ ନିଜ ଟିମ୍‌ ଗଠନ କରି କଂପାନିକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। କଂପାନିର ସିଇଓ ଆଞ୍ଜେଲୋ ଜର୍ଜଙ୍କ ସହ ମିଶି ସେ ବିସ୍‌ଲେରିକୁ ଆଗକୁ ନେବେ। ବିସ୍‌ଲେରିକୁ ୬୦୦୦-୭୦୦୦ କୋଟି ଟଙ୍କାରେ ବିକ୍ରି କରିବା ଲାଗି ଏହାର ମାଲିକ ରମେଶ ଚୌହ୍ବାନ ମୁଲଚାଲ କରୁଥିଲେ। ଗତ ସପ୍ତାହରେ ଟାଟା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ବିସ୍‌ଲେରି ସହ କଥାବାର୍ତା ବନ୍ଦ ହୋଇଯାଇଛି। କଂପାନି ସହିତ କୌଣସି ପ୍ରକାର ବୁଝାମଣା ହେବ ନାହିଁ ବୋଲି ଟାଟା ସ୍ପଷ୍ଟ କରିଥିଲା।

ବିସ୍‌ଲେରି ଥିଲା ଇଟାଲିର ଏକ କଂପାନି ଯାହାକୁ ଫେଲିସ୍ ବିସ୍‌ଲେରି ସ୍ଥାପନ କରିଥିଲା। ୧୯୬୫ରେ ତାହା ମୁମ୍ବାଇ ଆସିଥିଲା। ଚାରି ବର୍ଷ ପରେ ଚାରି ଲକ୍ଷ ଟଙ୍କାରେ ରମେଶ ଓ ତାଙ୍କ ଅନ୍ୟ ତିନି ଭାଇ ମିଶି ବିସ୍‌ଲେରିକୁ ଅଧିଗ୍ରହଣ କରିଥିଲେ। ବର୍ତ୍ତମାନ ସାରା ଦେଶରେ କଂପାନି ୧୨୨ରୁ ଅଧିକ କାରଖାନା ଥିବା ୪୫୦୦ରୁ ଅଧିକ ବିତରଣ ଅଛନ୍ତି। ୨୦୨୨-୨୩ରେ କଂପାନି ୨୫୦୦ କୋଟି ଟଙ୍କାର ବିକ୍ରି ରାଜସ୍ବ ଏବଂ ୨୦୦ କୋଟି ଟଙ୍କାର ଲାଭ କରିବାକୁ ଲକ୍ଷ୍ୟ ରଖିଛି। ବିସ୍‌ଲେରି ସହିତ ଜୟନ୍ତୀ ଦୀର୍ଘ ବର୍ଷ ଧରି ଜଡ଼ିତ। ସେ କଂପାନିର ବେଦିକା ବ୍ରାଣ୍ଡ୍‌ର ସମ୍ପ୍ରସାରଣ କାର୍ଯ୍ୟ କରୁଥିଲେ। ଏହା ପୂରା କଂପାନିକୁ ସମ୍ଭାଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe