ଆମେରିକା ମାନିଲା ଡ୍ରୋନ୍ ଆକ୍ରମଣରେ ୧୦ ନାଗରିକଙ୍କ ମୃତ୍ୟୁ ଏକ ମସ୍ତବଡ଼ ଭୁଲ୍ ଥିଲା

Advertisment
ଆମେରିକା ମାନିଲା ଡ୍ରୋନ୍ ଆକ୍ରମଣରେ ୧୦ ନାଗରିକଙ୍କ ମୃତ୍ୟୁ ଏକ ମସ୍ତବଡ଼ ଭୁଲ୍ ଥିଲା

DNA India

ୱାଶିଂଟନ: ଗତ ଅଗଷ୍ଟ ୨୯ ତାରିଖରେ ଆମେରିକା ସନ୍ଦିଗ୍ଧ ଆତ୍ମଘାତୀ ବୋମା ଆକ୍ରମଣକାରୀ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଏକ ଡ୍ରୋନ୍ ଆକ୍ରମଣ କରିଥିଲା ଯେଉଁଥିରେ ୭ ଶିଶୁ ସମେତ ୧୦ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାଦ୍ବାରା ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଟଳିଗଲା ବୋଲି କହି ଆମେରିକା ଏହି ଡ୍ରୋନ୍ ଆକ୍ରମଣକୁ ଯଥାର୍ଥ ବୋଲି କହିଥିଲା। କିନ୍ତୁ ଶୁକ୍ରବାର ଆମେରିକା ସେନା ତରଫରୁ ଏଥିପାଇଁ କ୍ଷମା ମଗାଯାଇଛି। ପେଣ୍ଟାଗନ୍ ସ୍ବୀକାର କରିଛି, ଏହି ଡ୍ରୋନ୍ ଆକ୍ରମଣ ଏକ ମସ୍ତବଡ଼ ଭୁଲ୍ ଥିଲା। କାବୁଲ ବିମାନବନ୍ଦରରେ ଥିବା ଆମେରିକା ସୈନ୍ୟଙ୍କ ପ୍ରତି ବିପଦ ସୃଷ୍ଟିକାରୀ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ମାଡ଼ କରାଯାଇଥିଲେ ମଧ୍ୟ ଏଥିରେ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆମେରିକା ସେଣ୍ଟ୍ରାଲ କମାଣ୍ଡ, ମେରାଇନ୍ କର୍ପସ ମୁଖ୍ୟ ଜେନେରାଲ ଫ୍ରାଙ୍କ ମ୍ୟାକ୍‌କେଞ୍ଜି କହିଛନ୍ତି ଯେ, ପରେ ତଦନ୍ତରୁ ଜଣାପଡ଼ିଛି ଏହି ଡ୍ରୋନ୍ ଭୁଲ୍ ଜାଗାରେ ମାଡ଼ କରିଛି। ଏଥିରେ ଆତଙ୍କବାଦୀ ବଦଳରେ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି। ତେଣୁ ଏହି ଡ୍ରୋନ୍ ଆକ୍ରମଣ ଏକ ମସ୍ତବଡ଼ ଭୁଲ୍ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe