Image Courtesy of New Indian Express
ନୂଆଦିଲ୍ଲୀ: ବିହାରରେ ପୁଣି ଜଣେ ମନ୍ତ୍ରୀଙ୍କ କରୋନାରେ ମୃତ୍ୟୁ ହୋଇଛି। ୭୦ ବର୍ଷୀୟ କପିଲ ଦେବ କାମତ ଦ୍ବିତୀୟ ମନ୍ତ୍ରୀ ଭାବେ ଏବଂ ବିହାରର ତୃତୀୟ ବିଧାୟକ ଭାବେ କରୋନାରେ ପ୍ରାଣ ହରାଇଛନ୍ତି। ମନ୍ତ୍ରୀ କମତ କୋଭିଡ୍ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ପ୍ରାଣ ହରାଇଥିବା କୁହାଯାଉଛି। ଗତ ଅକ୍ଟୋବର ୧୨ ତାରିଖରେ କ୍ୟାବିନେଟ୍ ମନ୍ତ୍ରୀ ବିନୋଦ କୁମାର ସିଂହଙ୍କର ମଧ୍ୟ କୋଭିଡ୍ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଥିଲା। ଦେଶରେ ମୋଟ୍ ୭ ମନ୍ତ୍ରୀଙ୍କ କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ମନ୍ତ୍ରୀ ସୁରେଶ ଅଙ୍ଗାଦିଙ୍କର ନିକଟରେ ମୃତ୍ୟୁ ହେବା ସହ ବିହାର ଏବଂ ଉତ୍ତରପ୍ରଦେଶରେ ଯଥାକ୍ରମେ ୨ ମନ୍ତ୍ରୀ, ଝାଡ଼ଖଣ୍ଡ ଏବଂ ନାଗାଲାଣ୍ଡ୍ରେ ଜଣେ ଲେଖାଏଁ ମନ୍ତ୍ରୀଙ୍କର କରୋନା କିମ୍ବା କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ମୋଟ୍ ୨୦ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କର କୋଭିଡ୍ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Follow Us