ଆଶଙ୍କା କୋଭିଡ୍‌ ମୃତ୍ୟୁ ଢେର ବଢ଼ିବ!

ୟୁରୋପ୍‌ ବ୍ୟତୀତ ସବୁ ସ୍ଥାନରେ କୋଭିଡ୍‌ ସଂକ୍ରମଣ କମୁଛି

ABC News

ଵାସିଂଟନ: ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ୍‌ଜନିତ ମୋଟ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୧୯ ହଜାର ହୋଇଯିବ ବୋଲି ଆମେରିକାର ଏକ ପ୍ରମୁଖ ସ୍ବାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଭବିଷ୍ୟବାଣୀ କରିଛି। ଏପ୍ରିଲ ୨୫ରୁ ୩୦ ଭିତରେ ମିଳିଥିବା ପରିସଂଖ୍ୟାନକୁ ତର୍ଜମା କରି ଏଭଳି ଚେତାବନୀ ଦିଆଯାଇଥିବା ବେଳେ ଅତି ଖରାପ ସ୍ଥିତିରେ ଏହି ମୃତ୍ୟୁସଂଖ୍ୟା ୧୨ ଲକ୍ଷ ୨୦ ହଜାର ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି। ଭାରତରେ ଜାରି ରହିଥିବା କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣକୁ କାବୁ କରିବା ଲାଗି ପର୍ଯ୍ୟାପ୍ତ କଠୋର ପଦକ୍ଷେପ ନନେଲେ ଦେଶ ଏପ୍ରିଲ ପରଠାରୁ ଆଗାମୀ ତିନି ମାସ ଭିତରେ ଆଉ ୬ ଲକ୍ଷ ୩୦ ହଜାର ମୃତ୍ୟୁକୁ ଆମନ୍ତ୍ରଣ କରିବ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଫର ହେଲ୍‌ଥ ମେଟ୍ରିକ୍‌ସ ଆଣ୍ଡ୍‌ ଇଭାଲ୍ୟୁସନ୍‌(ଆଇଏଚ୍‌ଏମ୍‌ଇ) ଆଶଙ୍କା କରିଛି। ପୂର୍ବରୁ ସେହି ତାରିଖ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ୯ ଲକ୍ଷ ୬୦ ହଜାର ହେବ ବୋଲି ଆଇଏଚ୍‌ଏମ୍‌ଇ ପୂର୍ବାନୁମାନ କରିଥିଲା। ଦେଶରେ ଆଜିର ଦିନରେ କରୋନା ଯୋଗୁଁ ମୋଟ୍ ମୃତୁସଂଖ୍ୟା ହେଉଛି ୨ ଲକ୍ଷ ୨୩ ହଜାର ୨୮୪।

ସେହିପରି ଏହି ମହାମାରୀ ଭାରତରେ ମୃତ୍ୟୁସଂଖ୍ୟାକୁ ୭୮ ପ୍ରତିଶତ ବଢ଼ାଇ ଗତ ସପ୍ତାହରେ ଦେଶର ସବୁଠୁ ଘାତକ ରୋଗର ମାନ୍ୟତା ହାସଲ କରିଥିବା ଜଣାଯାଇଛି। ଯଦି ସମସ୍ତେ(ପ୍ରାୟ ୯୫%) ମାସ୍କ ପରିଧାନ କରନ୍ତି, ତେବେ ଏହି ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୭୩ ହଜାର କମିଯିବ ବୋଲି କୁହାଯାଇଛି। ତେବେ ଅଗଷ୍ଟ ବେଳକୁ ଭାରତର ମୋଟ କୋଭିଡ୍‌ ମୃତ୍ୟୁ ଆମେରିକାକୁ ଟପି ଯଥେଷ୍ଟ ଆଗରେ ଥିବ ବୋଲି ଏହି ରିପୋର୍ଟ କହିଛି। ସେତେବେଳକୁ ଆମେରିକାରେ ମୋଟ ମୃତକଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷ ଏବଂ ବ୍ରାଜିଲର ୫ ଲକ୍ଷ ୭୬ ହଜାର ହୋଇଥିବ ବୋଲି ଆଇଏଚ୍‌ଏମ୍‌ଇ କହିଛି। ସୂଚନା ଥାଉ କି, ଭାରତରେ ମହାମାରୀ ଏବେ ଅନିୟନ୍ତ୍ରିତ ହୋଇପଡ଼ିଛି ବୋଲି ଗତ ରବିବାର ବାଇଡେନ୍‌ ପ୍ରଶାସନର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲ୍ଲିଭାନ୍‌ ଉଦ୍‌ବେଗ ପ୍ରକାଶ କରିଥିଲେ। ସେଥିଯୋଗୁଁ ଆମେରିକା ମଙ୍ଗଳବାର ଠାରୁ ଭାରତରୁ ଆସୁଥିବା ଯାତ୍ରୀଙ୍କୁ ପ୍ରବେଶ ଅନୁମତି ନଦେବାକୁ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe