ମହାରାଷ୍ଟ୍ର ବର୍ଷା ଜନିତ ମୃତ୍ୟୁସଂଖ୍ୟା ୧୬୪କୁ ବୃଦ୍ଧି

Advertisment
ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ବିପର୍ଯ୍ୟୟ ‌‌ଯୋଗୁଁ ମୃତ୍ୟୁସଂଖ୍ୟା ୧୬୪କୁ ବୃଦ୍ଧି ପାଇଛି । ସୋମବାର ରାୟଗଡ଼ରେ ୧୧ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଥିବାବେଳେ ୱାର୍ଧା‌ ଏବଂ ଅକୋଲାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆହୁରି ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏଯାବତ୍‌ ବର୍ଷା ପ୍ରଭାବିତ ଅଞ୍ଚଳରୁ ୨,୨୯,୦୭୪ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। କେବଳ ରାୟଗଡ଼ରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସତରାରେ ୪୧, ରତ୍ନଗିରିରେ, ୨୧, ଥାନେ‌ରେ ୧୨, କୋହ୍ଲାପୁରରେ ୭, ମୁମ୍ବାଇରେ ୪ ଏବଂ ସିନ୍ଧୁଦୁର୍ଗ, ପୁନେ, ୱାର୍ଧା ଏବଂ ଅକୋଲାରୁ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ରେ ୫୩ ଜଣ ନିଖୋଜ ହୋଇଯାଇଥିବାବେଳେ ସତରାରେ ୨୭, ରତ୍ନଗିରିରେ ୧୪ , ଥାନେରେ ୪, ସିନ୍ଧୁଦୁର୍ଗ ଏବଂ କୋହ୍ଲାପୁରରେ ୨ ଜଣ ଲେଖାଏଁ ନିଖୋଜ ହୋଇଛନ୍ତି।

ରାୟଗଡ଼ରେ ତାଲିୟେ ଗ୍ରାମରେ ଆଜି ସର୍ଚ୍ଚ‌୍ ଅପରେସନ୍‌ ଶେଷ ହୋଇଛି। ତାଲିୟେ ଗ୍ରାମରେ ନିଖୋଜ ହୋଇଥିବା ୩୧ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ସାଙ୍ଗ୍‌ଲି ଜିଲ୍ଲାରେ ବନ୍ୟା‌ ପ୍ରଭାବିତ ଗ୍ରାମ ଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତ ଲୋକମାନଙ୍କ ସହ ପାୱାର କଥା ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଚିପଲୁନ ଗସ୍ତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe