ସର୍ବାଧିକ ପ୍ରଭାବିତ ୧୫ ରାଷ୍ଟ୍ରର ମୃତ୍ୟୁସଂଖ୍ୟା ଭାରତଠାରୁ ୮୩ ଗୁଣ ବେଶି

Advertisment
ଦିନକରେ ଲକ୍ଷେ ୬୦ ହଜାର, ବ୍ରାଜିଲ୍‌, ରୁଷ୍‌ ଓ ଭାରତ ସଂକ୍ରମଣର ନୂଆ ହଟ୍‌ସ୍ପଟ୍‌

Image Source: Zee News

ନୂଆଦିଲ୍ଲୀ: ଭାରତରେ ସଂକ୍ରମଣ ମାମଲା ବଢ଼ୁଥିଲେ ମଧ୍ୟ ଅନ୍ୟ ପ୍ରଭାବିତ ରାଷ୍ଟ୍ର ତୁଳନାରେ ଭାରତରେ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟା ବହୁତ କମ୍‌ ରହିଛି। ଭାରତ ତୁଳନାରେ କୋଭିଡ୍‌-୧୯ ଦ୍ବାରା ବିଶ୍ବରେ ସବୁଠୁ ଅଧିକ ପ୍ରଭାବିତ ୧୫ ରାଷ୍ଟ୍ରରେ ସଂକ୍ରମଣ ମାମଲା ୩୪ ଗୁଣା‌ ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୮୩ ଗୁଣା ଅଧିକ ରହିଛି। ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୮ ଜଣ ବ୍ୟକ୍ତି କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ଅନ୍ୟପକ୍ଷେ ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୬୪ ଜଣ କରୋନା ସଂକ୍ରମିତ ହେଉଛନ୍ତି।‌ ଦେଶରେ ଏବେ ୬୧ ହଜାର ୧୪୮ ସକ୍ରିୟ ମାମଲା ରହିଛି ଏବଂ ୪୨ ହଜାର ୨୯୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଦେଶରେ ଏବେ ଆରୋଗ୍ୟ ହାର ୪୦ ପ୍ରତିଶତ ରହିଛି। ପ୍ରଥମେ ଲକ୍‌ଡାଉନ୍‌ ଆରମ୍ଭ ହେବା ସମୟ‌ରେ ଦେଶରେ ଆରୋଗ୍ୟ ହାର ୭.୧ ପ୍ରତିଶତ ଥିଲା। ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ସମୟରେ ଆରୋଗ୍ୟ ହାର ୧୧.୫ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ସମୟରେ ଆରୋଗ୍ୟ ହାର ୨୬.୫୯ ପ୍ରତିଶତ ଥିଲା। ଦେଶରେ ଏବେ ୨.୯୪ ପ୍ରତିଶତ ସକ୍ରିୟ ରୋଗୀ ଅକ୍ସିଜେନ୍‌ ‌ସପୋର୍ଟରେ ଅଛନ୍ତି। ୩ ପ୍ରତିଶତ ଆଇସିୟୁରେ ଏବଂ ୦.୪୫ ପ୍ରତିଶତ ‌ରୋଗୀ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆକଳନ ଅନୁଯାୟୀ ପ୍ରତି ୧ ଲକ୍ଷ ଜନସଂଖା‌ରେ ବିଶ୍ବରେ ହାରାହାରି ୬୨ ଲୋକ କରୋନା ସଂକ୍ରମିତ ହେଉଥିବାବେଳେ ଭାରତରେ ଏହି ସଂଖ୍ୟା ରହିଛି ୭.୯। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ଏହି ସଂଖ୍ୟା ୧୧୫ ଥିବାବେଳେ ଇରାନ୍‌ରେ ୧୫୦, ଇଟାଲିରେ ୩୭୪ ଏବଂ ଆମେରିକାରେ ଏହା ୪୫୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe